www.samajalive.in
Friday, December 5, 2025
26.1 C
Bhubaneswar

ମୋଦୀ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ : ମୁଲାୟମ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବ ବୁଧବାର ଲୋକସଭାରେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂୟଶୀ ପ୍ରଶଂସା କରି ସେ ଏହି ବକ୍ତବ୍ୟ ରଖିଛନ୍ତି। ସଂସଦର ଶେଷ ଅଧିବେଶନର ଅନ୍ତିମ ଦିନରେ ଲୋକସଭାରେ ନିଜର ବକ୍ତବ୍ୟ ରଖି ଶ୍ରୀ ଯାଦବ କହିଛନ୍ତି, ‘ମୁଁ ଚାହୁଁଛି ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ମୋଦୀ ଅନେକ ସଠିକ୍‍ ଏବଂ ଉପଯୁକ୍ତ କାର୍ଯ୍ୟ କରିଛନ୍ତି, ତାଙ୍କ ଉପରେ କେହି ଟିପ୍ପଣୀ କରି କରିପାରିବେ ନାହିଁ।’

courtesy-india today

ବେଶ ଭାବବିଦ୍ୱଳ ହୋଇ ମୁଲାୟମ ସିଂହ ଯାଦବ କହିଥିଲେ ଯେ, ମୁଁ କାମନା କରୁଛି ଯେତେ ସଦସ୍ୟ ଗୃହରେ ଅଛନ୍ତି ସମସ୍ତେ ଦ୍ୱିତୀୟଥର ପାଇଁ ଜିତିକରି ଆସନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସଂଶା କରି, ତାଙ୍କୁ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଶୁଭକାମନା ଜଣାଇଛନ୍ତି। ମୁଲାୟମ ସିଂହଙ୍କ ବକ୍ତବ୍ୟ ପରେ ଶ୍ରୀ ମୋଦୀ ହାତଯୋଡି ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ତେବେ, ଯେତେବେଳେ ଉତ୍ତର ପ୍ରଦେଶରେ ସପା-ବସପା ମେଣ୍ଟ କରି ଭାଜପାକୁ କ୍ଷମତାରୁ ଦୂରେଇ ରଖିବାକୁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ ଆସନରେ ପୁଣିଥରେ ମୋଦୀଙ୍କୁ ଦେଖିବା ନେଇ ମୁଲାୟମ ସିଂହଙ୍କ ବକ୍ତବ୍ୟ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories