www.samajalive.in
Friday, December 5, 2025
27.1 C
Bhubaneswar

ବିଜେପି ସାସଂଦଙ୍କ  ଷ୍ଟେଟ୍‌ବ୍ୟାଙ୍କ ଖାତାରୁ ୧୫ ଲକ୍ଷ ଟଙ୍କା ଉଭାନ୍‌

ନୂଆଦିଲ୍ଲୀ …-  ବିଜେପି ସାଂସଦ ଶୋଭା କରନଡ୍ଲାଜେଙ୍କ ଦରମା ଖାତାରୁ ୧୫ ଲକ୍ଷ ଟଙ୍କା ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି ।  ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଥିବା ତାଙ୍କ ଦରମା ଖାତାରୁ ୧୫ ଲକ୍ଷ ଟଙ୍କା  କେହି ଉଠାଇ ନେଇଛି । ସେ ଗତ ସପ୍ତାହରେ ତାଙ୍କର ବ୍ୟାଙ୍କ ଖାତାକୁ ଅପଡେଟ୍‌ କରିବା ସମୟରେ ଏ ସମ୍ପର୍କରେ ଜାଣି ବାକୁ ପାଇଥିଲେ । ତାଙ୍କ ଆକାଉଣ୍ଟରୁ ଟଙ୍କା ଚାଲିଯାଇଥିଲେ ମଧ୍ୟ ତାଙ୍କୁ କୌଣସି ମେସେଜ୍‌(ସନ୍ଦେଶ) ମିଳି ନ ଥିବା  ଶୋଭା ପ୍ରକାଶ କରିଛନ୍ତି ।

ନୂଆଦିଲ୍ଲୀରେ ଥିବା ସଂସଦ ଭବନ ଷ୍ଟେଟ୍‌ବ୍ୟାଙ୍କ  ଶାଖାରେ ତାଙ୍କର ଏହି ଆକାଉଣ୍ଟ ରହିଛି । ଟଙ୍କା ଗାଏବ ହୋଇଯାଇଥିବା ବିଷୟରେ ଜାଣିବା ପରେ ଶୋଭା ସଂସଦ ଗଳିରେ ଥିବା ଥାନାରେ ଅଭିଯୋଗ କରିଛନ୍ତି ।  ପୁଲିସ ଏ ବିଷୟରେ ତଦନ୍ତ ଆରମ୍ଭ କରିଛି । ତାଙ୍କ ବ୍ୟାଙ୍କ ଖାତାରୁ ୧୫.୬୨ ଲକ୍ଷ ଟଙ୍କା ନ ଥିବା କଥା ଜଣା ପଡିଛି । ଏହି ମାମଲାକୁ ସାଇବର ସେଲ୍‌କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଏହି ଖାତାରୁ କେଉଁ ଖାତାକୁ ଟଙ୍କା ଯାଇଛି ପୁଲିସ ସେ ବିଷୟରେ ତଦନ୍ତ କରୁଛି । ଦେଶ ଭିତରେ ନା ବାହାରରେ କୌଣସି ସାଇବର ଅପରାଧି ଏଥିରେ ସାମିଲ ଅଛନ୍ତି କି ନାହିଁ ପୁଲିସ ସେ ବିଷୟରେ ତଦନ୍ତ କରୁଛି । ଡେକାନ ହେରାଲ୍ଡ ଖବର ପ୍ରକାଶନ ସଂସ୍ଥାରେ ଏ ବିଷୟରେ ସବିଶେଷ ଖବର ପ୍ରକାଶିତ ହୋଇଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories