www.samajalive.in
Friday, December 5, 2025
23.1 C
Bhubaneswar

ପରିବର୍ତ୍ତିତ ଜ୍ଞାନକୌଶଳ ସହ ନିଜକୁ ବିକଶିତ କରିବା ଆବଶ୍ୟକ – ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମର ସରକାରୀ ଅଧିକାରୀମାନେ ପରିବର୍ତ୍ତିତ ଜ୍ଞାନକୌଶଳ ସହ ତାଳ ଦେଇ ନିଜକୁ ବିକଶିତ କରିବା ଆବଶ୍ୟକ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପ୍ରଥମ ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ସେ କହିଛନ୍ତି, ଗଣମାଧ୍ୟମର ପରିବର୍ତ୍ତିତ ଜ୍ଞାନକୌଶଳକୁ ଆପଣେଇ ପାରିଲେ ତାହା ସୁଦୂର ପ୍ରସାରି ହୋଇ ପାରିବ। ସେ କହିଛନ୍ତି ଯେ ଭାରତୀୟ ସୂଚନା ସେବା ଅଧିକାରୀମାନଙ୍କ ଦକ୍ଷତା ଏବଂ ସତ୍ୟନିଷ୍ଠା ଅନେକ ମହତ୍ୱ ରଖେ ଏବଂ ସେଥିପାଇଁ ସେମାନେ ସରକାରଙ୍କ ପ୍ରମୁଖ ଯୋଗାଯୋଗର ମାଧ୍ୟମ ହୋଇପାରିଛନ୍ତି । ଏହି ଅବସରରେ ସୂଚନା ଏବଂ ପ୍ରସାରଣ ସଚୀବ ଅମିତ ଖରେ କହିଛନ୍ତି ଯେ ଦୃତ ଗତିରେ ପରିବର୍ତ୍ତନ ହେଉଥିବା ଜ୍ଞାନକୌଶଳର ଉପଯୋଗ ପାଇଁ ଅଧିକାରୀମାନେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories