www.samajalive.in
Friday, December 5, 2025
23.1 C
Bhubaneswar

ଷୋଡଶ ଲୋକସଭା ପାଇଁ ଭାରତ ଗର୍ବ ଅନୁଭବ କରିବ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପୂର୍ଣ ସଂଖ୍ୟାଗରିଷ୍ଠତାରେ ଗଠିତ ସରକାର ପାଇଁ ଭାରତ ସାରା ବିଶ୍ୱରେ ନୂତନ ଦିଗନ୍ତ ସୃଷ୍ଟି କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବୁଧବାରଦିନ ଚଳିତ ଲୋକସଭାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣେଇବା ଅବସରରେ କହିଛନ୍ତି ଯେ ବିଗତ ୩୦ ବର୍ଷ ମଧ୍ୟରେ ଦେଶରେ ପୂର୍ଣ ସଂଖ୍ୟାଗରିଷ୍ଠତାରେ ସରକାର ଗଠନ ହୋଇନଥିଲା । ଦେଶର ନାଗରିକମାନେ ୨୦୧୪ ଲୋକସଭା ନିର୍ବାଚନରେ ପୂର୍ଣ ସଂଖ୍ୟାଗରିଷ୍ଠତାରେ ସରକାର ଗଠନ ପାଇଁ ସୁଯୋଗ ଦେଇଥିବାରୁ ଭାରତକୁ ବିଶ୍ୱରେ ଏକ ଉଲ୍ଲେଖନୀୟ ସ୍ଥାନ ମିଳିଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ମନୋବଳ ସର୍ବୋଚ୍ଚସ୍ତରରେ ରହିବା ଏକ ସକରାତ୍ମକ ସଂଙ୍କେତ ଅଟେ ଯାହା ମନୋବଳ ବିକାଶକୁ ତ୍ୱରାନ୍ୱିତ କରିଥାଏ। ସେ କହିଛନ୍ତି, ଏବେ ବିଶ୍ୱରେ ପୃଥିବୀର ତାପମାତ୍ରା ବୃଦ୍ଧି ପ୍ରସଙ୍ଗ ଆଲୋଚନାର ବିଷୟ ହୋଇଥିବାବେଳେ ଭାରତ ଏହାର ମୁକାବିଲା ପାଇଁ ଆର୍ନ୍ତଜାତିକ ସୌର ମେଣ୍ଟ ଗଠନ ଭଳି ପଦକ୍ଷେପ ଗ୍ରହଣ କରିଛି। ଷୋଡଶ ଲୋକସଭାରେ ସର୍ବାଧିକ ସଂଖ୍ୟକ ମହିଳା ସଦସ୍ୟ ଥିବାରୁ ଦେଶ ଏଥିପାଇଁ ଗର୍ବ ଅନୁଭବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି । ସେ କହିଛନ୍ତି ଏହି ଲୋକସଭାରେ ଦୁର୍ନୀତି ଓ କଳାଧନ ବିରୁଦ୍ଧରେ କଡାଆଇନ ମାନ ପ୍ରଣୟନ କରାଯାଇଛି ଓ ଜି.ଏସ.ଟି. ଆଇନ ଲାଗୁ ହୋଇଛି। ସଂସଦରେ ଜି.ଏସ.ଟି. ପାସ ହେବା ବିଷୟରୁ ସହଯୋଗମୂଳକ ମନୋଭାବର ପରିଚୟ ମିଳିଛି। ଚଳିତ ଅଧିବେଶନର ଶେଷ ଦିନରେ କଂଗ୍ରେସ, ଟି.ଏମ.ସି., ସି.ପି.ଆଇ.ଏମ., ଟି.ଆର.ଏସ. ଏଲ.ଜେ.ପି. ଏବଂ ଆହୁରି ଅନେକ ଦଳ ଗୃହରେ ମତାମତ ଉପସ୍ଥାପନ କରିଥିଲେ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories