www.samajalive.in
Friday, December 5, 2025
23.1 C
Bhubaneswar

ସଂସଦରେ ଗୃହୀତ ହେଲା ବ୍ୟକ୍ତିଗତ ଆଇନ ସଂଶୋଧନ ବିଧେୟକ – ୨୦୧୯

ନୂଆଦିଲ୍ଲୀ: ବ୍ୟକ୍ତିଗତ ଆଇନ ସଂଶୋଧନ ବିଧେୟକ – ୨୦୧୯ ସଂସଦର ଅନୁମୋଦନ ଲାଭ କରିଛି । ରାଜ୍ୟସଭା ବୁଧବାରଦିନ କୌଣସି ଆଲୋଚନା ନ କରି ଏହି ବିଧେୟକଙ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଲୋକସଭା ପୂର୍ବ ଅଧିବେଶନ କାଳରେ ଏହି ବିଧେୟକଙ୍କୁ ମଞ୍ଜୁରୀ ପ୍ରଦାନ କରିଥିଲେ । ବିଶେଷ କରି କୁଷ୍ଠ ବ୍ୟାଧିର ଚିକିତ୍ସା ସମ୍ଭବ ହେତୁ ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଅଧିକାର ସମ୍ପର୍କରେ ଏହି ବିଧେୟକରେ ବ୍ୟବସ୍ଥା ରହିଛି । ଏହି ବିଧେୟକରେ ଛାଡପତ୍ର ଆଇନ-୧୮୬୯, ମୁସଲିମ ବିବାହ ଆଇନ-୧୯୩୯ର ସମାପ୍ତି, ବିଶେଷ ବିବାହ ଆଇନ-୧୯୫୪, ହିନ୍ଦୁ ବିବାହ ଆଇନ-୧୯୫୫ ଏବଂ ହିନ୍ଦୁ ଦତ୍ତପତ୍ର ଏବଂ ରକ୍ଷଣାବେକ୍ଷଣ ଆଇନ-୧୯୫୬ରେ ସଂଶୋଧନ ପାଇଁ ବ୍ୟବସ୍ଥା ରହିଛି ଯାହା ଫଳରେ କୁଷ୍ଠ ରୋଗୀଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରାଯାଇ ପାରିବ । ରାଜ୍ୟସଭା ମଧ୍ୟ ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ ବିଧେୟକ-୨୦୧୯ର ତୃତୀୟ ସଂଶୋଧନକୁ ବିନା କୌଣସି ଆଲୋଚନାରେ ଅନୁମୋଦନ କରିଛନ୍ତି । ବୁଧବାରଦିନ ରାଜ୍ୟସଭାରେ ରାଷ୍ଟ୍ରୀୟ ଖାଦ୍ୟ ପ୍ରଦ୍ୟୋଗିକି ସଂସ୍ଥାନ, ଉଦ୍ୟମିତା ଏବଂ ପରିଚାଳନା ବିଧେୟକ-୨୦୧୯ ଆଗତ କରାଯାଇଛି ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories