ଢେଙ୍କାନାଳ: କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ ହୁଣ୍ଡ କୁ ପୁଲିସର ଏନକାଉଣ୍ଟର। ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ନିକଟରେ ପୁଲିସ୍ ଏନକାଉଣ୍ଟର କରିଛି। ଏଥିରେ କୁଖ୍ୟାତ ଅପରାଧୀ ହୁଣ୍ଡ ଆହତ ହୋଇଥିବା ସୂଚନା ମିଳିଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଯାଉଥିଲା ହୁଣ୍ଡ । ପରେ କୌଣସି ବିଶେଷସୂତ୍ରରୁ ଖବର ପୁଲିସ ତାକୁ ଗୋଡାଇଥିଲା । ସେ ପୁଲିସ୍ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି । ହୁଣ୍ଡ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି। ହତ୍ୟା, ଚୋରି , ଡକାୟତି ଭଳି ମାମଲାରେ ତାର ସମ୍ପୃକ୍ତି ରହିଥିବା ପୁଲିସ୍ ଦେଇଛି। କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ ର ମାଷ୍ଟର ମାଇଣ୍ଡ ଥିଲା ହୁଣ୍ଡ।



