www.samajalive.in
Sunday, December 14, 2025
23.1 C
Bhubaneswar

ଗର୍ଭପାତ ପାଇଁ ରାଜି ହେଲାନି ପ୍ରେମିକା, ପଥରରେ ଛେଚି ହତ୍ୟା କଲା ପ୍ରେମିକ

ମାଲକାନଗିରି: ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ମାଲକାନଗିରି ଥାନା ପୁଲିସ। ଗର୍ଭପାତ ନ କରିବାରୁ ପ୍ରେମିକାକୁ ପଥରରେ ଛେଚି ପ୍ରେମିକ ହତ୍ୟା କରିଥିଲା ଏବଂ ହତ୍ୟାକାଣ୍ଡ ଭିଆଇବା ମୃତଦେହକୁ ଜଙ୍ଗଲରେ ଫୋପାଡ଼ି ଦେଇ ଘଣଟାସ୍ଥଳରୁ ଫେରାର ହୋଇଯାଇଥିଲା ବୋଲି ମାଲକାନଗିରି ପୁଲିସ ସୂଚନା ଦେଇଛି।

ଅଭିଯୁକ୍ତ ପ୍ରେମିକ ଛତିଶଗଡ଼଼ ସିନ୍ଧିଗଡ଼଼ ଥାନା ପାଣ୍ଡୁମ ଗାଁର ହୋଇଥିବାବେଳେ ମୃତକ ଯୁବତୀ ଜଣକ ମର୍ତ୍ତୃଣ୍ଡା ଗାଁର ବୋଲି ତଦନ୍ତବେଳେ ପୁଲିସ ଜାରିବାକୁ ପାଇଛି। ଉଭୟେ ବର୍ଷେ ହେବ ପ୍ରେମ ସମ୍ପର୍କରେ ଥିଲେ। ଯୁବତୀ ଗର୍ଭବତୀ ହେବା ପରେ ତାଙ୍କୁ ଗର୍ଭପାତ ପାଇଁ ପ୍ରେମିକ କହିଥିଲେ। କିନ୍ତୁ ପ୍ରେମିକା ରାଜି ନ ହେବାରୁ ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ପ୍ରେମିକ ହତ୍ୟା କରିଥିଲା। ହତ୍ୟା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ପ୍ରେମିକାଙ୍କ ମୃତଦେହକୁ ଫିଙ୍ଗିଥିଲା ଏବଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବୋଲି ମାଲକାନଗିରି ଥାନା ପୁଲିସ ପ୍ରକାଶ କରିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories