ଟିଟିଲାଗଡ଼଼: ସଇଁନ୍ତଳା ଥାନା ସାଆନ୍ତଉପେର ଗାଁରେ ଅଭାବନୀୟ ଘଟଣା। ୪ଜଣ ସାଙ୍ଗହୋଇ ଗାଧୋଇବାବେଳେ ବୁଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି।
ଆଜି ସକାଳୁ ସାଆନ୍ତଉପେର ଗାଁ ପୋଖରୀରେ ୪ଜଣ ସାଙ୍ଗ ହୋଇ ଗାଧୋଉଥିବାବେଳେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତେବେ ପାଣିରେ ବୁଡ଼ି ଯାଇଥିବା ଯୋଗଁ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ସମସ୍ତ ୪ଜଣ ବଲାଙ୍ଗିରର ହୋଇଥିବାବେଳେ ସେମାନେ ସେହି ଗାଁରେ ଅନୁଷ୍ଠିତ ହୋଇଥିବା ଏକ ବାହାଘର ଉତ୍ସବ ପାଇଁ ଆସିଥିବା ଜଣାପଡ଼ିଛି।



