www.samajalive.in
Saturday, December 13, 2025
26.1 C
Bhubaneswar

ଏପ୍ରିଲ ୨୭ ଠାରୁ ମେ ୮ ପର୍ଯ୍ୟନ୍ତ ହେବ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା 

ଫୁଲବାଣୀ : କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ଠାରୁ ମେ ୮ ପର୍ଯ୍ୟନ୍ତ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଭୂମିପୂଜା ଓ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ମେଳାରେ ୧୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବାଣିଜ୍ୟିକ ଷ୍ଟଲ, ଖାଇବା ଷ୍ଟଲ୍ ସମେତ ପ୍ରତି ସନ୍ଧ୍ୟାରେ ଗୀତ ନାଚ ଓ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାସହିତ ପ୍ରତିଦିନ  ସଂସ୍କୃତିକୁ ଅନୁଷ୍ଠାନମାନଙ୍କୁ ନେଇ ଲୋକଙ୍କ ମନୋରଞ୍ଜନ ପାଇଁ ସଂସ୍କୃତିକୁ କାର୍ଯକ୍ରମ ଅନୁଷ୍ଟିତ ହେବ। ଦୀର୍ଘ ୧୨ ଦିନ ଧରି ଏହି ଉତ୍ସକୁ ଓ ମେଳା କନ୍ଧମାଳ ଜିଲା ବାସୀଙ୍କୁ ମନୋରଂଜନର ଖୋରାକ ଯୋଗାଇବ।
କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ରାଧାମୋହନ ମହାପାତ୍ର , ଅଧକ୍ଷ ସୁନୀଲ ପଟ୍ଟନାୟକ , ଉପାଧ୍ୟକ୍ଷ ସୁଜିତ୍ ବେହେରା, ସମ୍ପାଦକ କାହ୍ନୁ ଚରଣ ଶତପଥୀ, କୋଷାଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ସଦସ୍ୟା ରୁପମ୍ବିକା ତ୍ରୀପାଠୀ, ମୁସ୍କାନ ସୁଆର, ନିହାରିକା ମହାନ୍ତି, ଦିଲ୍ଲୀପ ମହାପାତ୍ର , ବଣିକ ସଂଘ ସଭାପତି ଅଶୋକ ପଟ୍ଟନାୟକ, ଅଶୋକ ମହାନ୍ତି, ଆଦିତ୍ୟ ତ୍ରୀପାଠୀ, ଅଜିତ ମହାରଣା, ଗୋପାଳ କୃଷ୍ଣ ପଟନାୟକ, ଅଜିତ ମହାରଣା, ବୈଦ୍ୟନାଥ ନାୟକ,ବ୍ରଜ ନନ୍ଦ ଓ ବହୁତ ସହଯୋଗୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories