ବିଶୋଇ : ‘ସମାଜ’ ରିଲିଫ କମିଟିର ଏକ ଦଳ ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଶୋଇ ବ୍ଲକର ଖଡମବେଡା ପଞ୍ଚାୟତ ଅନ୍ତର୍ଗତ କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ଗ୍ରାମଗୁଡ଼ିକୁ ପରିଦର୍ଶନ କରିଥିଲେ। ମାର୍ଚ୍ଚ ୨୦ ତାରିଖରେ ପ୍ରବଳ ଝଡ଼ବର୍ଷା ଓ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲାର ବିଶୋଇ ଓ ବାଙ୍ଗିରିପୋଷି ଅଞ୍ଚଳର ବ୍ୟାପକ କ୍ଷତି ହୋଇଥିଲା। ସେତେବେଳେ ‘ସମାଜ ରିଲିଫ୍ କମିଟି’ ପହଞ୍ଚି କିଛି କ୍ଷତିଗ୍ରସ୍ତଙ୍କୁ ରିଲିଫ୍ ପ୍ରଦାନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ଦିଆ ଯାଇନଥିବା କ୍ଷତିଗ୍ରସ୍ତ ପରିବାରକୁ ‘ସମାଜ’ ରିଲିଫ କମିଟି ପକ୍ଷରୁ ବିଭିନ୍ନ ସାମଗ୍ରୀ ସମ୍ବଳିତ ରିଲିଫ ପୁଡ଼ିଆ ବଣ୍ଟନ କରାଯାଇଥିଲା। ପାଳସିଡ଼ିହି, ବୁଦ୍ଧିଆ ସାହି, ତଟକମରା, କିତାବେଡା ଆଦି ଗ୍ରାମରେ ଏହି ସହାୟତା ପ୍ରଦାନ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ସୋମବାରୀ ସିଂ, ଜିଲା ପରିଷଦ ସଭ୍ୟା ବିନ୍ଦୁସ୍ମିତା ଦେଓ, ସାମ୍ବାଦିକ ଶାଶ୍ୱତ ଶର୍ମା ପ୍ରମୁଖ ରିଲିଫ ବଣ୍ଟନରେ ସହାୟତା କରିଥିଲେ।
Popular Categories



