www.samajalive.in
Saturday, December 6, 2025
23.1 C
Bhubaneswar

ଦିଲ୍ଲୀ​‌ରେ ହିନ୍ଦୁ ଯୁବକଙ୍କୁ ହତ୍ୟା ପରେ ସାମ୍ପ୍ରଦାୟିକ ଉତ୍ତେଜନା; ଯୋଗୀ ଓ ରେଖାଙ୍କୁ ସୁରକ୍ଷା ମାଗିଲେ ଅଞ୍ଚଳବାସୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ସଲିମପୁର ଅଞ୍ଚଳରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ପରେ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଛି। ୪ରୁ୫ ଜଣ ମୁସଲମାନ ଯୁବକ ହତ୍ୟାରେ ସାମିଲ ଥିବା ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ହତ୍ୟାକାଣ୍ଡ ପରେ ସଲିମପୁରରେ ରହୁଥିବା ହିନ୍ଦୁ ପରିବାରଗୁଡ଼ିକ ସୁରକ୍ଷା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରି କରିଛନ୍ତି।

ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ସଲିମପୁରର କୃଣାଳ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ୪/୫ ଜଣ ମୁସଲମାନ ଯୁବକ ସାମିଲ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଏହାକୁ ନେଇ ଉତ୍ତେଜବା ବୃଦ୍ଧି ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ୬/୭ ବର୍ଷ ମଧ୍ୟରେ ଏହି ଅଞ୍ଚଳର ୬ ଜଣଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ଅତ୍ୟନ୍ତ ପ୍ରଭାବଶାଳୀ। ସେମାନଙ୍କ ନିକଟରେ ପ୍ରଚୁର ଅର୍ଥବଳ ରହିଛି। ବିଧାୟକ ଏବଂ ମନ୍ତ୍ରୀଙ୍କର ସେମାନେ ଅତି ଘନିଷ୍ଠ। ପୁଲିସ ସବୁକିଛି ଜାଣି ବି ଚୁପ ରହିଛି। ଯଦି କାହାକୁ ଗିରଫ କରାଯାଉଛି, ତେବେ ଖୁବଶୀଘ୍ର ଛାଡ଼ି ଦିଆଯାଉଛି।

- Advertisement -

ଗୁରୁବାର ରାତ୍ରିର ହତ୍ୟାକାଣ୍ଡ ପରେ ସଲିମପୁର ଅଞ୍ଚଳର ହିନ୍ଦୁ ପରିବାରଗୁଡ଼ିକ ନିଜ ଘର ବାହାରେ ‘ହିନ୍ଦୁ ପଳାୟନ’, ‘ଯୋଗୀ ଆଦିତ୍ୟନାଥ ସାହାଯ୍ୟ କର’, ‘ରେଖା ଗୁପ୍ତା ସାହାଯ୍ୟ କର’ ଲେଖି ପୋଷ୍ଟର ଲଗାଇ ସୁରକ୍ଷା ଲୋଡିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories