www.samajalive.in
Sunday, December 14, 2025
14.1 C
Bhubaneswar

କଥାଶିଳ୍ପୀ ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

ବାବାଜୀ ଚରଣ ପଟ୍ଟନାୟକ, ମମତା ଦାଶ, ଶରତ ଚନ୍ଦ୍ର ଶତପଥୀ, ରମେଶ ପତ୍ରୀ, ହରିହର ଶୁକ୍ଳ ଓ ନାରାୟଣ ଶତପଥୀ ପାଇବେ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’

ଡେସ୍କ: ବହୁଳ ପ୍ରସାରିତ ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୪ ବର୍ଷ ନିମନ୍ତେ ସତ୍ୟବାଦୀ ସାରସ୍ୱତ ସମ୍ମାନ ଓ ସତ୍ୟବାଦୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ ୨୦୨୪’ ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରବନ୍ଧ ବିଭାଗରେ ଡ. ବାବାଜୀ ଚରଣ ପଟ୍ଟନାୟକ, କବିତା ପାଇଁ ମମତା ଦାଶ, ଗଳ୍ପ ପାଇଁ ପ୍ରଫେସର ଶରତ ଚନ୍ଦ୍ର ଶତପଥୀ, ଶିଶୁ ଗଳ୍ପ ପାଇଁ ଡ. ରମେଶ ପତ୍ରୀ, ଶିଶୁ କବିତା ପାଇଁ ହରିହର ଶୁକ୍ଳ ଓ ରମ୍ୟ ରଚନା ପାଇଁ ନାରାୟଣ ଶତପଥୀଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ ୨୦୨୪’ ପ୍ରଦାନ କରାଯିବ। ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ସ୍ୱରୂପ ଏକ ଲକ୍ଷ ଟଙ୍କାର ପୁରସ୍କାର ସହ ଉପାୟନ ଏବଂ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ ସ୍ୱରୂପ ସମ୍ମାନିତ ପ୍ରତିଭାଙ୍କୁ ଦଶ ହଜାର ଅର୍ଥରାଶି ସହିତ ଉପାୟନ ପ୍ରଦାନ କରାଯିବ। ଚଳିତ ଏପ୍ରିଲ ମାସ ୨୭ ତାରିଖ (ରବିବାର) ଭୁବନେଶ୍ୱର ଉତ୍କଳ ବିଶ୍ବବିଦ୍ୟାଳୟ, ବାଣୀବିହାର ଏମ୍‌କେସିଜି ପ୍ରେକ୍ଷାଳୟରେ ଅପରାହ୍ଣ ୪ଟାରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ନବମ ବାର୍ଷିକ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ।

- Advertisement -

ସୂଚନାଯୋଗ୍ୟ, ଲୋକସେବକ ମଣ୍ଡଳ ପକ୍ଷରୁ ଗଠିତ ସାତଜଣିଆ ମନୋନୟନ କମିଟିର ସୋମବାର ‘ସମାଜ’ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସମ୍ମାନ ପ୍ରଦାନ ନିମନ୍ତେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଜ୍ୟର ଜଣେ ଲବ୍ଧପ୍ରତିଷ୍ଠ ସାରସ୍ବତ ସାଧକଙ୍କୁ ସତ୍ୟବାଦୀ ସାରସ୍ବତ ସମ୍ମାନ ଓ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକାରେ ପ୍ରକାଶିତ ଲେଖକଙ୍କ ଲେଖାକୁ ଭିତ୍ତି କରି ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥାଏ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories