www.samajalive.in
Sunday, December 14, 2025
23.1 C
Bhubaneswar

ଆପତ୍ତିଜନକ ଅବସ୍ଥାରେ.. ସ୍ୱାମୀଙ୍କୁ ହତ୍ୟା କଲେ ୟୁଟ୍ୟୁବର ମହିଳା

ନୂଆଦିଲ୍ଲୀ : ପରକୀୟା ପ୍ରିତିରୁ କିଛି ଦିନରେ ଅନେକ ହତ୍ୟାକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ହରିୟାଣାରେ ଏପରି ଏକ ହତ୍ୟାକାଣ୍ଡ ଘଟିଛି, ଯାହା ହଇଚଇ ସୃଷ୍ଟି କରିଛି। ଜଣେ ୟୁଟ୍ୟୁବର ମହିଳା ନିଜ ପ୍ରେମୀଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ପୁଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ସୁରେଶ ନାମକ ବ୍ୟକ୍ତିଙ୍କ ସହ ମିଶି ରବିନା (୩୨)ନାମକ ମହିଳା ନିଜ ସ୍ୱାମୀ ପ୍ରବୀଣ (୩୫)ଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପୁଲିସ ଉଭୟଙ୍କୁ ପଚରାଉଚରା କରିବା ପରେ ସୁରେଶ କହିଥିଲେ ପ୍ରବୀଣ ନିଜ ସ୍ତ୍ରୀକୁ ତାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ।
ଏହି ଘଟଣା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ସେହି ସମୟରେ ହିଁ ରବିନା ପ୍ରେମୀ ସହ ମିଶି ପ୍ରବୀଣଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ସୋସିଆଲ ମିଡିଆ ଜରିଆରେ ହିଁ ରବିନାଙ୍କ ସହ ସୁରେଶ ପରିଚିତ ହୋଇଥିଲେ ବୋଲି ପୁଲିସ ସମ୍ମୁଖରେ କହିଛନ୍ତି। ପ୍ରାୟ ଦେଢ ବର୍ଷ ହେବ ଉଭୟ ସମ୍ପର୍କରେ ଥିଲେ।

ରାତି ପ୍ରାୟ ଅଢେଇଟା ସମୟରେ ରବିନା ଓ ସୁରେଶ ଏକ ବାଇକ୍‌ରେ ମୃତଦେହକୁ ରଖି ୬ କିଲୋମିଟର ଦୂର ଡ୍ରେନ୍‌ରେ ପକାଇ ଦେଇଥିଲା। ମାର୍ଚ୍ଚ ୨୮ରେ ପୁଲିସ ପ୍ରବୀଣଙ୍କ ମୃତଦେହ ଜବତ କରିଥିଲା। ପ୍ରବୀଣ ଓ ରବିନାଙ୍କର ଛଅ ବର୍ଷର ଏକ ଶିଶୁପୁତ୍ର ମଧ୍ୟ ଅଛି। ରବିନାଙ୍କର ଭିଡିଓ କରିବା ନିଶା ଖୁବ୍‌ ଥିଲା। ପରିବାର ଲୋକେ ବାରଣ କରିବା ସତ୍ତେ୍ୱ ସେ ଭିଡିଓ କରନ୍ତି। ଭିଡିଓକୁ ନେଇ ରବିନା ଓ ପ୍ରବୀଣଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହି ଥାଏ।
ମୃତଦେହ ମିଳିବା ପରେ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ପୁଲିସ ଅଞ୍ଚଳର ସମସ୍ତ ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭିରେ ରବିନା ଓ ସୁରେଶ ବାଇକ୍‌ରେ ମୃତଦେହ ନେଉଥିବା ଦେଖାଯାଇଥିଲା। ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଉଭୟଙ୍କୁ ପଚରାଉଚରା କରିଥିଲା। ପରେ ସେମାନେ ନିଜ ଦୋଷ ସ୍ୱୀକାର କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି।

ଦେଢ ବର୍ଷ ପରେ କେତୁ ଚଳନ: ଏହି ରାଶି ହେବେ ମାଲାମାଲ୍‌, ବଢିବ ଦରମା, କିଣିବେ ନୂଆ ଘର, ଗାଡି..

- Advertisement -

ଦେଖନ୍ତୁ ଭିଡିଓ; ବିଶାଳକାୟ ଅଜଗର ସହ ଏକାଠି ଗାଧୋଉଛନ୍ତି ବ୍ୟକ୍ତି

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories