www.samajalive.in
Tuesday, December 9, 2025
17.1 C
Bhubaneswar

ପତ୍ନୀଙ୍କୁ ଫସାଇ ପାଖରେ ରଖିଛନ୍ତି ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର: ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ପତ୍ନୀଙ୍କୁ ଫସାଇ ପାଖରେ ରଖିଛନ୍ତି। ସ୍ୱାମୀ ଓ ପୁଅକୁ ଛାଡ଼ି ଯାତ୍ରା ପାର୍ଟି ମାଲିକ ପାଖରେ ପତ୍ନୀ ସୋନାଲି ରହୁଛନ୍ତି ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ଖଣ୍ଡନ କରିଛନ୍ତି।

ତୁଳସୀ ଗଣନାଟ୍ୟର ନାୟିକା ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ ତୁଳସୀ ଗଣନାଟ୍ୟ ମାଲିକ ସୋନାଲିଙ୍କୁ ଜୋର୍ ଜବରଦସ୍ତ ତାଙ୍କ ପାଖରେ ରଖିଛନ୍ତି। ସ୍ତ୍ରୀ ସୋନାଲିଙ୍କୁ ତାଙ୍କ ପୁଅକୁ ଭେଟିବା ପାଇଁ ଦେଉ ନାହାନ୍ତି । ପୁଅ, ସ୍ୱାମୀ ଓ ପରିବାର ସୁରକ୍ଷା କାରଣରୁ ସୋନାଲି ମୁହଁ ଖୋଲୁନାହାନ୍ତି।

- Advertisement -

ସେପଟେ ତୁଳସୀ ଗଣନାଟ୍ୟ ସୋନାଲି କହିଛନ୍ତି ଯେ ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନାହିଁ। ତୁଳସୀ ଗଣନାଟ୍ୟ ମାଲିକ ମୋତେ ଝିଅ କରିଛନ୍ତି। ମୋର ଅସୁବିଧା ସମୟରେ ମୋତେ ସାହାଯ୍ୟ କରିଛନ୍ତି। ମୋ ଇଚ୍ଛାରେ ତୁଳସୀ ଗଣନାଟ୍ୟରେ ରହିଛି।

ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ତୁଳସୀ ଗଣନାଟ୍ୟରେ କାମ କରୁ ନଥିଲେ। ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି। ତାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories