www.samajalive.in
Sunday, December 14, 2025
15.1 C
Bhubaneswar

କେନ୍ଦୁପଲ୍ଲୀ ଦୁଲଣା ମହୋତ୍ସବ ଉଦଘାଟିତ 

କଳାପଥର : ବାଙ୍କୀ  ବ୍ଳକ ଅନ୍ତର୍ଗତ ପ୍ରସିଦ୍ଧ  କେନ୍ଦୁପଲ୍ଲୀ ଝାମୁଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ଯାତ୍ରା ପଡିଆଠାରେ ଦ୍ଵିତୀୟ ବାର୍ଷିକ  ଦୁଲଣା ମହୋତ୍ସବ ଉଦଘାଟିତ ହୋଇଯାଇଛି । ମହାବିଷୁଭ ପଣା ସଂକ୍ରାନ୍ତି ସହ ଓଡ଼ିଆ ନବବର୍ଷ ଉପଲକ୍ଷେ ୩ ଦିନ ଧରି କେନ୍ଦୁପଲ୍ଲୀ   ପଂଚାୟତ ଗ୍ରାମବାସୀ ବୃନ୍ଦ ଓ ମହୋତ୍ସବ କମିଟି ସଦସ୍ୟଙ୍କ ତରଫରୁ ଅନୁଷ୍ଠିତ ହୋଇଛି ।  ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଙ୍କୀର ବିଜେପି ନେତା ତୁଷାର କାନ୍ତ ଚକ୍ରବର୍ତ୍ତୀ  ଯୋଗଦେଇ ପଞ୍ଚାୟତ ସ୍ତରରେ ଏଭଳି ମହୋତ୍ସବ ଆୟୋଜନ ହେଇପାରୁ ଥିବାରୁ ସଂସଦର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେଇଥିଲେ । ଏହି ମହୋତ୍ସବ ଲୋକମାନଙ୍କ ମଧ୍ୟରେ ଶାନ୍ତି, ସଂହତି ଓ ଭାଇଚାରା ପ୍ରତିଷ୍ଠା ହୋଇପାରିଛି ବୋଲି ମାତବ୍ୟକ୍ତ କରିଥିଲେ । ସମ୍ମାନୀତ  ଅତିଥି ଭାବେ ସିନେ ତାରକା ଅରିନ୍ଦମ ରାୟ, ଓଡିଶା ହାଇକୋର୍ଟ ଆଇନଜୀବି ପ୍ରଦୀପ କୁମାର ପଟ୍ଟନାୟକ, ଆଇଟିଆର ବିରଞ୍ଚି ନାରାୟଣ ସାହୁ, ଆଇନଜୀବୀ ଦେବାଶିଷ ମାନସିଂହ, ମନୋରଂଜନ ମହାପାତ୍ର, ବିଶ୍ୱନାଥ ସାହୁ ପ୍ରମୁଖ  ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଏହି ସଭାରେ କେନ୍ଦୁପଲ୍ଲୀ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି   ସଭାପତିତ୍ୱ କରିଥିବା ବେଳେ ମହୋତ୍ସବ ସମ୍ପାଦକ ଧ୍ରୁବଚରଣ ସାହୁ  ବିବରଣୀ ପାଠ ଏବଂ ଶିକ୍ଷକ ଉମାକାନ୍ତ ବେହେରା  ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗ୍ରାମର ଛାତ୍ରୀମାନେ  ସ୍ୱାଗତ  ସଂଗୀତ ଗାନ କରିବା ସହ ଉତ୍ତରୀୟ ଫୁଲତୋଡ଼ା ଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ । ଦୁଲଣା  ମହୋତ୍ସବ ତରଫରୁ ଅନନ୍ତ ଚରଣ ସାହୁ (ଅନାମ ଭାଇ)ଙ୍କୁ  କେନ୍ଦୁପଲ୍ଲୀ ଗୌରବ  ସମ୍ମାନରେ ମୁଖ୍ୟଅତିଥି ଶ୍ରୀ ଚକ୍ରବର୍ତ୍ତୀ  ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ । ଶେଷରେ ରଙ୍ଗାରଙ୍ଗ ଏବଂ ଓଡିଶୀ ସମ୍ବଲପୁରୀ ନୃତ୍ୟ  ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories