www.samajalive.in
Saturday, December 13, 2025
21.1 C
Bhubaneswar

ଅଟୋ ଓଲଟି ୭ ଆହତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କୁମ୍ଭାରଗୁଡା ଛକରେ ଅଟୋକୁ ଅଭରଟେକ କରି ଏକ ବାଇକ୍ ଭାରସାମ୍ୟ ହରାଇ ଖସିପଡିଥିବାବେଳେ ପଛରେ ଥିବା ଅଟୋ ବାଇକକୁ ଧକ୍କା ହେବ ବୋଲି ବ୍ରେକ ମାରିବାରୁ ଓଲଟି ୭ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ  ଏକ ବାଇକରେ ନାଗେଶ୍ୱର କଞ୍ଜ।କା  ଭଉଣୀ ଇଲାଇ କାଡ୍ରାକା, ଶିଶୁ ଚନ୍ଦରୁକାଡ୍ରାକା  ଓ ତ୍ରିନାଥକାଡ୍ରାକା, ଶିକରପାଇ ପଞ୍ଚାୟତର ଚିଛିମି ଠାରୁ କରପା ପଞ୍ଚାୟତ ର ପେଟିଲିଗୁଡା ଆସୁଥିବା ବେଳେ ଆଗରେ ଥିବା ଏକ ଅଟୋ ୫ଜଣ ଯାତ୍ରୀକୁ ନେଇ ମାଝୀଗୁଡା ପଞ୍ଚାୟତର ବାଲିପଦର ଯାଉଥିଲା । ତାହାକୁ ବାଇକ ଚାଳକ ଅଭର ଟେକ କରି କୁମ୍ଭାରଗୁଡା ଛକ ଠାରେ  ୪ଜଣ ପଡି ଖଣ୍ଡିଆ ଖାବରା ହୋଇଛନ୍ତି । ଉକ୍ତ ବାଇକକୁ ଅଟୋ ଲାଗିଯିବ ବୋଲି ଅଟୋ ଚାଳକ ବ୍ରେକ ଧରିବା ବେଳେ ଅଟୋଟି ଓଲଟି ପଡିଥିଲା । ସେଥିରେ ବସିଥିବା ୫ଜଣ ମଧ୍ୟରୁ  ସୁରେନ୍ଦ୍ର କୌଶଲ୍ୟା (୬୫) ଭାସ୍କର ନାଏକ(୩୪)ଙ୍କୁ ଆହତ ହୋଇଛନ୍ତି । ଏହାକୁ ସଙ୍ଗେସଙ୍ଗେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ଏହାର ଡାକ୍ତର ପାର୍ଥ ସାହୁଙ୍କୁ ପ୍ରାଥମିକ ଚିକିତ୍ସା କରି ଗୁରୁତର ନାଗେଶ୍ୱରକଞ୍ଜ।କାକୁ ରାୟଗଡା ପଠାଇଥିବା ଜଣାପଡିଛି  ।ଅଟୋ ଚାଳକକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories