www.samajalive.in
Sunday, December 14, 2025
18.1 C
Bhubaneswar

ଆସିଲା ହିରୋ ଗ୍ଲାମରର ନୂଆ ମଡେଲ, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ଭାରତରେ ଗ୍ଲାମରର ନୂଆ ଓବିଡି-ଟୁବି ଭର୍ସନ ଲଞ୍ଚ୍ କରିଦେଇଛି । ନୂଆ ଇଞ୍ଜିନରେ ଓବିଡି-ଟୁବି ଉତ୍ସେର୍ଜନ ନର୍ମ୍ସର ଅନୁପାଳନ କରିବା ପାଇଁ ମୋଟରସାଇକେଲରେ ଇଞ୍ଜିନରେ ପରିବର୍ତ୍ତନ କରାଯାଇଛି । ଏହା ସହିତ ଏହାର ଦାମ ୨ ହଜାର ଟଙ୍କା ବୃଦ୍ଧି ପାଇଛି । ଏହି ବାଇକକୁ ୪ ଭାରିଆଣ୍ଟରେ ଲଞ୍ଚ୍ କରିଛି କମ୍ପାନୀ ।

ଡିସ୍କ ବ୍ରେକ୍ ମଡେଲର ଦାମ୍ – ୮୮,୬୯୮ ଟଙ୍କା

- Advertisement -

ଡ୍ରମ୍ ବ୍ରେକ୍ ମଡେଲର ଦାମ୍- ୮୪,୬୯୮ ଟଙ୍କା

ଡିସ୍କ ବ୍ରେକ୍ ଓବିଡି-ଟୁବିର ଦାମ୍-୯୦,୬୯୮ ଟଙ୍କା

ଡ୍ରମ୍ ବ୍ରେକ୍ ଓବିଡି-ଟୁବିର ଦାମ୍- ୮୬,୬୯୮ ଟଙ୍କା

ଏଥିରେ ୧୨୪.୭ ସିସିର ଏୟାର କୁଲ୍ଡ ମୋଟର ମିଳିବ ଯାହା ୧୦.୩୯ ବିଏଚପିର ପାଓ୍ବର ଓ ୧୦.୪ ଏନଏମର ଟର୍କ ଉତ୍ପନ କରିଥାଏ । ଏହାକୁ ୫ ସ୍ପିଡ୍ ଗିୟରବକ୍ସ ସହ ଯୋଡାଯାଇଛି । ଏହି ବାଇକରେ ୧୦ ଲିଟର ଫ୍ୟୁଲ ଟ୍ୟାଙ୍କ ଦିଆଯାଇଛି । ମୋଟରସାଇକେଲର ଓଜନ ୧୨୧.୩ କିଲୋଗ୍ରାମ ।

ଏଥିରେ ଏଲଇଡି ହେଡଲ୍ୟାମ୍ପ, ହାଜାର୍ଡ ଲ୍ୟାମ୍ପ, ରିୟଲ ଟାଇମ୍ ଫ୍ୟୁଲ କଞ୍ଜପ୍ସନ ଇଣ୍ଡିକେଟର ସହିତ ଡିଜିଟାଲ କନସୋଲ୍ ଏବଂ ୟୁଏସବି ଚାର୍ଜିଂ ପୋର୍ଟ ରହିଛି । ବାଇକର ଡିସ୍କ ବ୍ରେକ୍ ଭାରିଆଣ୍ଟ ୩ ରଙ୍ଗର ବିକଳ୍ପ କ୍ୟାଣ୍ଡି ବ୍ଲେଜିଂ ରେଡ୍, ବ୍ଲାକ୍ ମେଟାଲିକ୍ ସିଲଭର ଓ ଟେକ୍ନୋ ମ୍ୟାଟ୍ ବ୍ଲାକରେ ଗ୍ରାହକ କ୍ରୟ କରିପାରିବେ । ଡ୍ରମ୍ ବ୍ରେକ୍ ଭର୍ସନରେ ଅତିରିକ୍ତ ରଙ୍ଗ ବିକଳ୍ପ ବ୍ଲାକ୍ ସ୍ପୋର୍ଟ୍ସ ରେଡ୍ ମିଳୁଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories