www.samajalive.in
Saturday, December 13, 2025
26.1 C
Bhubaneswar

ଆମ୍ବେଦକରଙ୍କ ପ୍ରେରଣାରୁ ସାମାଜିକ ନ୍ୟାୟ ପାଇଁ ଦେଶ ଉତ୍ସର୍ଗୀକୃତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୀମ ରାଓ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ ତାଙ୍କ ପ୍ରେରଣା ଯୋଗୁଁ ଦେଶ ଆଜି ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସର୍ଗୀକୃତ ହୋଇଛି। ତାଙ୍କର ନୀତି ଏବଂ ଚିନ୍ତାଧାରା ଆତ୍ମନିର୍ଭର ଭାରତର ବିକାଶକୁ ସୁଦୃଢ଼ ଓ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ ରେ କହିଛନ୍ତି।

ସଂସଦରେ ଆୟୋଜିତ ଭୀମ ରାଓ ଆମ୍ବେଦକରଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀସଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାଡଗେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

- Advertisement -

ଅନୁସୂଚିତ ଜାତିର ସଶକ୍ତିକରଣ ତଥା ସମ୍ବିଧାନ ପ୍ରସ୍ତୁତ କରିବାରେ ଆମ୍ବେଦକରଙ୍କ ଆଜୀବନ ସଂଗ୍ରାମ ଅବିସ୍ମରଣୀୟ। ୧୮୯୧ ମସିହାରେ ଏକ ଦଲିତ ପରିବାରରେ ଜନ୍ମଗ୍ରହଣ କରିଥିବା ଆମ୍ବେଦକର ବିଦେଶରେ ଅଧ୍ୟୟନ କରିବାକୁ ଯାଇଥିଲେ। ସେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ ଏବଂ !୯୫୬ ମସିହାରେ ତାଙ୍କର ପରଲୋକ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories