www.samajalive.in
Saturday, December 13, 2025
26.1 C
Bhubaneswar

ଅଲିଭ ରିଡ୍‌ଲେ ଶାବକ ଦେଖିଲେ ରାଜ୍ୟପାଳ

ଗଞ୍ଜାମ : ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଣ ବେଳାଭୂମି ଅଞ୍ଚଳରେ ବର୍ତ୍ତମାନ ଅଲିଭ ରିଡଲେ ସାମୁଦ୍ରିକ କଇଁଚ୍ଛ ମାନଙ୍କ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଚ୍ଛ ଶାବକମାନେ ସ୍ୱତଃପ୍ରବୃତଃ ଭାବେ ବେଳାଭୂମିରୁ ସମୁଦ୍ରମୁହାଁ ହେଉଛନ୍ତି। ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ଓଡିଶାର ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି ରବିବାର ପୂର୍ବାହ୍ନରେ ପୋଡ଼ମପେଟା ଆସିଥିଲେ। ରାଜ୍ୟପାଳ ଡ. କମ୍ଭମପାଟି ବେଳାଭୂମି ନିକଟକୁ ଆସି ଅଲିଭ ରିଡଲେ କଇଁଚ୍ଛ ଶାବକମାନେ କିଭଳି ଅଣ୍ଡାରୁ ବାହାରି ସମୁଦ୍ରକୁ ଯାଉଛନ୍ତି ତାହା ବୁଲି ଦେଖିଥିଲେ। ଅଲିଭ ରିଡଲେ ସାମୁଦ୍ରିକ କଇଁଚ୍ଛଙ୍କ ସମ୍ପର୍କରେ ରାଜ୍ୟପାଳ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କୁ ପଚାରି ବୁଝିଥିଲେ। ରାଜ୍ୟପାଳଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସ୍‌ପି ଡ଼ଃ ଶ୍ରବଣା ବିବେକ ଏମ, ପ୍ରକଳ୍ପ ନିର୍ଦେଶକ ମଧୁମିତା,ବିଡ଼ିଓ ଅଚ୍ୟୁତାନନ୍ଦ ଜାନି,ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର,ଏ ସି ଏଫ ଦିବ୍ୟ ଶଙ୍କର ବେହେରା ସମେତ ବହୁ ଜିଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories