www.samajalive.in
Saturday, December 13, 2025
26.1 C
Bhubaneswar

ମାଲବାହୀ ଟ୍ରେନରୁ ଚାଉଳ ଚୋରି, ଜଣେ ଗିରଫ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି-ଟିଟିଲାଗଡ଼ ରେଲୱେ ସେକ୍ସନର ରହେନଭଟା ରେଲୱେ ଷ୍ଟସନ ନିକଟରେ ଚଲନ୍ତା ଟ୍ରେନରୁ ୯ବସ୍ତା ଚାଉଳ ଚୋରି ଅଭିଯୋଗରେ ମୁରିବାହାଲ ଥାନା ଖଇରମାଲ ଗ୍ରାମର ନରିନ ହାତୀ ଗିରଫ ହୋଇଛି। କଣ୍ଟାବାଞ୍ଜି ଆରପିଏଫ ଥାନା ଅଧିନସ୍ଥ ରହେନଭଟା-ଟିଟିଲାଗଡ଼ ମଧ୍ୟରେ ଚାଉଳ ବୋଝେଇ ଚଲନ୍ତା ଟ୍ରେନର ୱାଗନରୁ ମୁରିବାହାଲ ଥାନା ଖଇରମାଲ ଗ୍ରାମର ନରିନ ହାତୀ (୨୭) ବର୍ଷ ୯ବସ୍ତା ଚାଉଳ ତଳକୁ ଫିଙ୍ଗିଦେଇଥିଲା।

ଏହି ଟ୍ରେନଟି ଶନିବାର ରାତିରେ ବେଲସୋଣ୍ଡା ଷ୍ଟେସନରୁ ଧାମରା ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ମଧ୍ୟରାତ୍ରୀରେ ରହେନଭଟା ଷ୍ଟେସନରେ ଅଟକି ଥିଲା। ଏହି ସମୟ ମଧ୍ୟରେ ଅଭିଯୁକ୍ତ ୱାଗନକୁ ଚଢି ସିଲଭାଙ୍ଗିବା ବେଳେ ଟ୍ରେନଟି ଛାଡିଥିଲା। ଟ୍ରେନଟି ଟିଟିଲାଗଡ଼ ଅଭିମୁଖେ ଯିବା ବେଳେ ୯ବସ୍ତା ଚାଉଳ ଟ୍ରେନରୁ ଫିଙ୍ଗି ଦେଇଥିଲା ଓ ଟ୍ରେନରୁ ଡେଇଁ ପଳାଇଥିଲା।

- Advertisement -

ରବିବାର ସକାଳେ ଉକ୍ତ ଚାଉଳକୁ ନେବା ପାଇଁ ଆସିଥିବା ବେଳେ ଆରପିଏଫ ପୁଲିସ ଛକି ରହି ଅଭିଯୁକ୍ତକୁ କାବୁ କରିଥିଲେ। କଣ୍ଟାବାଞ୍ଜି ଆରପିଏଫଥାନା କେସ ନଂ.୨/୨୦୨୫ ଧାରା ଆରପିୟୁପି ୩ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ ପରେ  ଟିଟିଲାଗଡ଼ ସ୍ୱତନ୍ତ୍ର ରେଲୱେ କୋର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି।

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories