ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ଫାଣ୍ଡି ଅନ୍ତର୍ଗତ ଗୋରାଣ୍ଡି ଯୋଡି ଗ୍ରାମର ହେମନ୍ତ କୁମାର ମହାନ୍ତ ଗତ ୨୦୨୪ ଫେବୃଆରୀରେ ମୟୁରଭଞ୍ଜ ଜିଲ୍ଲା କେଲପଶି ଗ୍ରାମର ମଙ୍ଗଲୁ ମହାନ୍ତଙ୍କ ଝିଅ ଯଶୋଦା ମହାନ୍ତ(୨୫)ଙ୍କୁ ବିବାହ କରିଥିଲେ। ସେହି ସମୟରେ ଝିଅ ଘର ସାମର୍ଥ୍ୟ ଅନୁଯାୟୀ ଜାନି ଯୌତୁକ ଦେଇ ଝିଅ ବାହା ଦେଇଥିଲେ। ତେବେ କୌଣସି କାରଣରୁ ବିବାହ ପରେ ସ୍ବାମୀ ହେମନ୍ତ ଏକାଧିକ ବାର ପତ୍ନୀ ଯଶୋଦାକୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏନେଇ ପୁଲିସ ଉପସ୍ଥିତିରେ ପୂର୍ବରୁ ବୁଝାମଣା ସତ୍ତ୍ବେ ନିର୍ଯ୍ୟାତନା ବନ୍ଦ ହୋଇ ନଥିଲା। ତେବେ ଗତ ୧୧ ତାରିଖ ଯଶୋଦାଙ୍କୁ ନିର୍ଯାତନା ଦିଆଯାଇଥିବା ସେ ପୁଲିସରେ ଅଭିଯୋଗ କରିବା ପରେ ସାହାରପଡା ଫାଣ୍ଡି ଏଏସଆଇ ପଞ୍ଚମୀ ମହାନ୍ତ ପାଟଣା ଥାନା ମାମଲା ସଂଖ୍ୟା ୭୨/୨୦୨୫ ମୂଳେ ସ୍ୱାମୀ ହେମନ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ଆଜି ଯଶୋଦା ବିବାହ ସମୟରେ ଆଣିଥିବା ସମସ୍ତ ଯୌତୁକ ସାମଗ୍ରୀକୁ ପୁଲିସ ଉପସ୍ଥିତିରେ ଯଶୋଦାଙ୍କ ପରିବାରକୁ ଜିମା ଦିଆଯାଇଥିବା ବଳେ ଯଶୋଦା ବାପ ଘରକୁ ଫେରି ଯାଇଥିବା ସୂଚନା ମିଳିଛି।
Popular Categories



