www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକାର ପ୍ରତିରକ୍ଷା ସଚିବଙ୍କ ଆଫଗାନିସ୍ତାନ ଗସ୍ତ

କାବୁଲ..-  ଆମେରିକାର  କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ପାଟ୍ରିକ ଶାନାହାନ  ହଠାତ୍‌  ଆଫଗାନିସ୍ତାନ ଗସ୍ତ କରିଛନ୍ତି  ।  ପାଟ୍ରିକ  ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘାନୀଙ୍କୁ ଭେଟିଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଆଫଗାନୀସ୍ତାନରେ ଲଢୁଥିବା ଆମେରିକାର ସୈନ୍ୟଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ତାଙ୍କୁ କୌଣସି ନିର୍ଦେଶ ଦିଆଯାଇ ନ ଥିବା ସେ କହିଛନ୍ତି । ଆଫଗାନିସ୍ତାନରେ ଏବେ ଆମେରାକିର ୧୪ ହଜାର ସୈନ୍ୟ ରହିଛନ୍ତି ।

ପାଟ୍ରିକ ଗତ ଡିସେମ୍ବରରେ ରକ୍ଷା ବିଭାଗର ଦାୟୀତ୍ୱ ସମ୍ଭାଳିଥିଲେ । ପୂର୍ବ ରକ୍ଷା ସଚିବ ଜିମ୍‌ ମାଟିସ୍‌ଙ୍କର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମତାନ୍ତର ହେବାରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

- Advertisement -

ଆମେରିକାର ସୈନ୍ୟ ବିଭାଗ ଏହି ଅଞ୍ଚଳରେ  ସୁରକ୍ଷା ପାଇଁ ପ୍ରତିଶୃତି ବଦ୍ଧ । ଆମେରିକାର ସୈନ୍ୟ ଏଠାରେ ଉପସ୍ଥିତ ରହି  ଏହି ଶାନ୍ତି ଓ ସୁରକ୍ଷାକୁ ଆହୁରି ମଜବୁତ କରିବେ ବୋଲି  ପାଟ୍ରିକ ପ୍ରତିଶୃତି ଦେଇଛନ୍ତି ।

ଗତ ବର୍ଷ ଆଫଗାନିସ୍ତାନରେ ଶାନ୍ତ ପ୍ରତିଷ୍ଠା ପାଇଁ ଆମେରିକାର ଅଧିକାରିମାନେ ତାଲିବାନର ସଦସ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ । କତାରରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି କଥାବାର୍ତ୍ତାରୁ ଯୁକ୍ତାତ୍ମକ ଫଳାଫଳ ମିଳଥିବା ଉଭୟ ପକ୍ଷ ପ୍ରକାଶ କରିଛନ୍ତି । ଫେବ୍ରୁଆରୀ ୨୫ ତାରିଖରେ ଆଉ ଏକ ବୈଠକ ଅନୁଷ୍ଠିତ ହେବାର ଅଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories