www.samajalive.in
Wednesday, December 10, 2025
16.1 C
Bhubaneswar

ତୃତୀୟ ଦିନ ପାଇଁ କୁନାଲ ଘୋଷ ଓ ରାଜୀବ କୁମାରଙ୍କୁ ସିବିଆଇ ଜେରା

ଶିଲଂ : ସାରଦା ଚିଟ୍‍ଫଣ୍ଡ ଓ ରୋଜ୍‍ ଭେଲି ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିଶନର ରାଜୀବ କୁମାର ଏବଂ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ କୁନାଲ୍‍ ଘୋଷଙ୍କୁ ତୃତୀୟ ଦିନ ପାଇଁ ମଧ୍ୟ ଶିଲଂଠାରେ ଥିବା ସିବିଆଇ କାର୍ଯ୍ୟାଳୟରେ ଜେରା ଜାରି ରଖିଛିି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରାଯିବାର ସମ୍ଭାବନା ରହିଛି।

ରବିବାର ଉଭୟଙ୍କୁ ମାମ୍ନାସାମ୍ନି ବସାଇ ଜେରା କରାଯାଇଥିଲା। ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ସେମାନଙ୍କୁ ଜେରା କରୁଛି। ସୁପ୍ରିମକୋର୍ଟ ଶାରଦା ଚିଟ୍‍ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ପୂର୍ବରୁ ରାଜୀବ୍‍ କୁମାର, ପଶ୍ଚିମବଙ୍ଗ ସରକାର ଗଠନ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ(ଦଳ)ଏସ୍‍ଆଇଟିର ମୁଖ୍ୟ ଥିଲେ। ତେବେ ସେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ରଗୁଡ଼ିକୁ ନଷ୍ଟ କରିଥିବା ସିବିଆଇ ଅଭିଯୋଗ କରିଛି।
ଶନିବାରଠାରୁ ସିବିଆଇ ରାଜୀବ କୁମାରଙ୍କୁ ଜେରା ଆରମ୍ଭ କରିଛି । ଶନିବାର ତାଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରାଯାଇଥିଲା। ସେହିପରି ଗତକାଲି ମଧ୍ୟ ଉଭୟଙ୍କୁ ୧୨ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories