www.samajalive.in
Sunday, December 14, 2025
23.1 C
Bhubaneswar

ନୂଆ ଲୁକ୍‍ରେ କ୍ୟାଟରିନା

ମୁମ୍ବଇ : ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜିରୋ’ରେ କ୍ୟାଟରିନା କୈଫ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ସ୍ୱୟଂ ଶାହାରୁଖ ମଧ୍ୟ ଏକ ଭିନ୍ନ ଅବତାରରେ ଆସୁଛନ୍ତି। ତେବେ କ୍ୟାଟରିନାଙ୍କୁ ଏଥିରେ ନବବଧୂ ବେଶରେ ଦେଖିବାକୁ ମିଳିବ।
ମୁମ୍ବଇର ମେହବୁବ ଷ୍ଟୁଡିଓରେ ଫିଲ୍ମର ସୁଟିଂ ଚାଲିଛି। ଫିଲ୍ମର କିଛି ଫଟୋ ଲିକ୍‍ ହୋଇଛି। ଯାହା ସମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କ୍ୟାଟରିନା ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଳାଲ ଶାଢୀରେ କ୍ୟାଟରିନା ବଧୂ ବେଶରେ ସଜେଇ ହୋଇଛନ୍ତି। ବନାରସୀ ଶାଢୀ, ମୁଣ୍ଡରେ ଟୀକା ଏବଂ ହାତରେ ଚୁଡି ପିନ୍ଧି ସେ ବେଶ ସୁନ୍ଦର ଦିଶୁଛନ୍ତି।
ଆନ୍ଦନ ଏଲ . ରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଜିରୋ’ର ସୁଟିଂ ଶେଷ ହୋଇଛି। ଏଥିରେ ଶାହାରୁଖ ଓ କ୍ୟାଟରିନାଙ୍କ ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ଅଭିନୟ କରିଛନ୍ତି। ଏହି ତିନିଜଣ ଷ୍ଟାର ୨୦୧୨ରେ ୟଶ ଚୋପ୍ରାଙ୍କର ‘ଯବ ତକ୍  ହୈ ଜାନ’ରେ ଏକାଠି ଅଭିନୟ କରିଥିଲେ। ଚଳିତ ବର୍ଷ ଡିସେମ୍ବର ୨୧ରେ ‘ଜିରୋ’ ରିଲିଜ୍‍ ହେବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories