www.samajalive.in
Saturday, December 6, 2025
14.1 C
Bhubaneswar

ଲକ୍ଷ୍ମୀ ବସ୍ ଧକ୍କାରେ ନିଷ୍ଟ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲ୍ଲୀଠାରେ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ଉଚ୍ଚ ଶିକ୍ଷିତ ତଥା ନିଷ୍ଟ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜୁ ଗ୍ରାମର ଅବିନାଶ ଆଚାର୍ଯ୍ୟ। ଅବିନାଶ ନିଜ ମୋଟରସାଇକେଲରେ ଆରୁଆପଲ୍ଲୀ ଦେଇ ସକାଳ ୯ଟା ୪୫ ମିନିଟ ସମୟରେ ବିଶ୍ବବିଦ୍ୟାଳୟ ଯାଉଥିବା ବେଳେ ସମ୍ମୁଖ ପଟୁ ଆସୁଥିବା ଲକ୍ଷ୍ମୀ ବସ୍ ତାଙ୍କ ମୋଟରସାଇକେଲକୁ ଧକ୍କା ଦେବା ସହ ଛାତି ଉପରେ ଚଢି ଯାଇଥିଲା। ଯାହାଫଳରେ ଅବିନାଶ ଗୁରୁତର ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ପରିବାର ପକ୍ଷରୁ ତୁରନ୍ତ ଶିତଳାପଲ୍ଲୀସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରିବାକୁ ନେବା ବେଳେ ରାସ୍ତାରେ ଅବିନାଶଙ୍କ ମୃତ୍ୟୁ ଘଟିଥିଲା। ପରିବାର ବର୍ଗଙ୍କ ପକ୍ଷରୁ ଅବିନାଶର ମୃତଦେହକୁ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇ ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଅବିନାଶଙ୍କ ବିୟୋଗ ଖବର ପହଞ୍ଚିବା ପରେ ବିଶ୍ବବିଦ୍ୟାଳୟ ପରିସରରେ ଶୋକର ଛାୟା ଖେଳିଯାଇଛି। ମୃତକ ଅବିନାଶ ଜଣେ ମେଧାବୀ ସାଙ୍ଗକୁ ମେଳାପୀ ଛାତ୍ର ଭାବେ ପରିଚିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories