www.samajalive.in
Friday, December 5, 2025
23.1 C
Bhubaneswar

ସୁସ୍ଥ ଶ୍ୱାସକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି ବ୍ରେଥଫ୍ରି ଯାତ୍ରା

ଭୁବନେଶ୍ୱର : ଶ୍ୱାସକ୍ରିୟା ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ସିପ୍‌ଲା ପକ୍ଷରୁ ଦେଶବ୍ୟାପି   ସ୍କ୍ରିନିଂ ଏବଂ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବ୍ରେଥଫ୍ରି ଯାତ୍ରା ଦେଶର ୩୦୦ରୁ ଅଧିକ ସହରରେ ଅନୁଷ୍ଠିତ ହେବା ସହ ୬୬୦୦ରୁ ଅଧିକ ଶିବିରରେ ରୋଗୀ ସେବା ପ୍ରଦାନ କରାଯାଇଛି । ଏଥିରେ ପ୍ରାୟ ୧୦ ଲକ୍ଷ ରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଶ୍ୱାସ ରୋଗୀ ଓ ସିଓପିଡି (କ୍ରୋନିକ ଅବ୍‌ଷ୍ଟ୍ରକ୍ଟିଭ ପୁଲମୋନାରୀ ଡିଜିଜ) ଭଳି ଗମ୍ଭୀର ଶ୍ୱାସକ୍ରିୟାଜନିତ ରୋଗଗୁଡିକ ପାଇଁ ସ୍କ୍ରିନିଙ୍ଗ କରାଯାଉଛି ।

ଏବେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାନବାହାନରୁ ନିର୍ଗତ ଧୂଆଁ, ଶିଳ୍ପ ପ୍ରଦୂଷଣ, ନିର୍ମାଣାଧୀନ କୋଠାର ଧୂଳି ଓ କୃଷି ବର୍ଜ୍ୟବସ୍ତୁ ପୋଡିବା ଦ୍ୱାରା ସୃଷ୍ଟି ହେଉଥିବା ପାର୍ଟିକୁଲେଟ ମ୍ୟାଟର (ପିଏମ ୨.୫ ଓ ପିଏମ୧୦)ର କ୍ଷତିକାରକ ସ୍ତର ସଂସ୍ପର୍ଶରେ ଆସୁଛନ୍ତି ବୋଲି ଛାତି ରୋଗ ବିଶେଷଜ୍ଞ ମୁଖ୍ୟ ଓ ପ୍ରଫେସର ଡଃ ସୁଦର୍ଶନ ପୋଥାଲ କହିଛନ୍ତି ।

- Advertisement -

୫୦୦ରୁ ଅଧିକ ପିଏମଆଇ ଥିବା ସହରଗୁଡିକରେ ନିଶ୍ୱାସ ନେବା ପ୍ରତିଦିନ ୨୫ରୁ ୩୦ଟି ସିଗାରେଟ ଟାଣିବା ସହିତ ସମାନ । ଏଭଳି କାରକଗୁଡିକ ବଢୁଥିବା ଶ୍ୱାସକ୍ରିୟାଜନିତ ସମସ୍ୟା ଆସ୍ଥମା ଓ ସିଓପିଡି ଭଳି ରୋଗ ସୃଷ୍ଟି କରିଥାଏ । ଲୋକଙ୍କୁ ସଠିକ ସୂଚନା ପ୍ରଦାନ କରିବା ସହ ରୋଗୀ ଓ ଯତ୍ନକାରୀଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ପାଇଁ ବ୍ରେଥଫ୍ରି ଯାତ୍ରା ଉଦିଷ୍ଟ ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories