www.samajalive.in
Sunday, December 14, 2025
23.1 C
Bhubaneswar

ଥରେ ଚାର୍ଜ କଲେ ଯିବ ୮୦ କିଲୋମିଟର, ଦରକାର ନାହିଁ ଲାଇସେନ୍ସ

ନୂଆଦିଲ୍ଲୀ : ଗ୍ରୀଭ୍ସ ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡର ଇଲେକ୍ଟ୍ରିକ୍ ଦୁଇଚକିଆ କମ୍ପାନୀ ଏମ୍ପିୟର ରିୟୋ ୮୦ ଲୋ ବଜେଟ୍ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିଦେଇଛି । ଏହାର ଏକ୍ସ-ଶୋରୁମ୍ ଦାମ୍ ୫୯,୯୦୦ ଟଙ୍କା ରଖିଛି କମ୍ପାନୀ । ନୂଆ ମଡେଲକୁ ଏଣ୍ଟ୍ରି-ଲେବଲ ବିକଳ୍ପ ରୂପେ ଆଣିଛି କମ୍ପାନୀ । ଏଥିପାଇଁ ଲାଇସେନ୍ସ ବା ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ । ଏହାର ସର୍ବାଧିକ ସ୍ପିଡ୍ ୨୫ କିଲୋମିଟର ପ୍ରତି ଘଣ୍ଟାରୁ କମ୍ । ଏଥିରେ ଏଲସିଡି ଡିସପ୍ଲେ, ଏଲଏଫପି ବ୍ୟାଟେରୀ ଟେକ୍ନୋଲୋଜି, ଫ୍ରଣ୍ଟ ଡିସ୍କ ବ୍ରେକ୍ ଓ କିଲେସ୍ ଷ୍ଟାର୍ଟ ସୁବିଧା ମିଳିବ । ଏହାକୁ ଥରେ ଚାର୍ଜ କଲେ ୮୦ କିଲୋମିଟର ଯାତ୍ରା କରିହେବ ।

କମ୍ପାନୀର ସୂଚନା ଅନୁସାରେ ଚଳିତ ମାସରେ ସାରା ଦେଶରେ ଏହାର ଡେଲିଭରୀ ଆରମ୍ଭ ହୋଇଯିବ । ଏହାକୁ ମହିଳା, ବୟସ୍କ ଲୋକ ସମସ୍ତେ ଚଳାଇପାରିବେ । ଏଥିପାଇଁ ଲାଇସେନ୍ସର ମଧ୍ୟ ଆବଶ୍ୟକତା ନାହିଁ । ମାର୍ଚ୍ଚ ମାସରେ କମ୍ପାନୀ ୬ ହଜାରରୁ ଅଧିକ ଦୁଇଚକିଆ ଇଲେକ୍ଟ୍ରିକ୍ ଗାଡି ବିକ୍ରି କରିଛି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories