www.samajalive.in
Sunday, December 14, 2025
14.1 C
Bhubaneswar

ମନୋରଞ୍ଜନ ଆଜି ବିଶ୍ୱର ସବୁଠୁ ବଡ଼ ଉଦ୍ୟୋଗ ପାଲଟିଛି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ରାଇଜିଂ ଭାରତ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ୱେଭ୍ସ-୨୦୨୫ ଆୟୋଜନ ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆସନ୍ତା ମାସ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) -୨୦୨୫ର ଭବ୍ୟ ଆୟୋଜନ କରାଯିବ। ଭବିଷ୍ୟତରେ ଏହି ସମ୍ମିଳନୀ କ୍ରମାଗତ ଭାବେ ଆୟୋଜନ କରିବା ପାଇଁ ଏକ ଦୀର୍ଘସୂତ୍ରୀ ବ୍ୟବସ୍ଥା କରାଯାଉଛି।

ଶ୍ରୀ ମୋଦୀ କହିଛନ୍ତି, ମନୋରଞ୍ଜନ ଆଜି ବିଶ୍ୱର ସବୁଠୁ ବଡ଼ ଉଦ୍ୟୋଗ ପାଲଟିଛି। ଆଗାମୀ ଦିନରେ ଏହାର ଆହୁରି ଅଧିକ ବିସ୍ତାର ହେବ। ଏଭଳି ଏକ ସମୟରେ ଆମେ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଏବଂ ପାଳନ କରିବା ଲାଗି ୱେଭ୍ସ -୨୦୨୫ ଆୟୋଜନ କରିବାକୁ ଯାଉଛୁ।

- Advertisement -

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତରେ ଚଳଚ୍ଚିତ୍ର, ପଡକାଷ୍ଟ, ଗେମିଂ, ସଂଗୀତ, ଏଆର ଏବଂ ଭିଆରର ବହୁତ ଉଜ୍ଜ୍ୱଳ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା ରହିଛି । ଆମେ କ୍ରିଏଟ୍‌ ଇନ ଇଣ୍ଡିଆର ମନ୍ତ୍ର ନେଇ ଏହାକୁ ସର୍ବୋଚ୍ଚ ସ୍ତରକୁ ନେଇଯିବା ପାଇଁ ଯୋଜନା କରିଛୁ। ୱେଭ୍ସ-୨୦୨୫ ଭାରତୀୟ କଳାକାରମାନଙ୍କୁ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଏବଂ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ମଞ୍ଚ ଯୋଗାଇ ଦେବ।

ଏଥିସହିତ କ୍ରିଏଟ୍‌ ଇନ୍‌ ଇଣ୍ଡିଆ ସାରା ବିଶ୍ୱର କଳାପ୍ରେମୀମାନଙ୍କୁ ଭାରତକୁ ଆସିବା ଲାଗି ସୁଯୋଗ ମଧ୍ୟ ପ୍ରଦାନ କରିବ। ୱେଭ୍ସ-୨୦୨୫କୁ ଅଧିକରୁ ଅଧିକ ମାତ୍ରାରେ ଲୋକପ୍ରିୟ କରାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories