ବୁର୍ଲା: ବୁର୍ଲା ପିସିବ୍ରୀଜ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ଜିଆରପି ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ହେଲେ ବୁର୍ଲା କଣ୍ଟ୍ରାକ୍ଟର କଲୋନୀର ରୋହିତ ବାଲି (୩୬)। ସମ୍ବଲପୁର ଜିଆରୂପି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ମୃତ ରୋହିତଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଏହି କ୍ଷତକୁ ଦେଖି ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏହି ପ୍ରକୃତରେ ଟ୍ରେନ୍ ଧକ୍କା ନାଁ ତାଙ୍କୁ କେହି ହତ୍ୟା କରିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Popular Categories



