www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଆ ପକ୍ଷ ପାଳନ ଅବସରରେ ଦେବାଳୟ ଓ ଐତିହ୍ୟସ୍ଥଳୀ ମାନଙ୍କରେ ସ୍ୱଚ୍ଛତା ଅଭିଯାନ

କେନ୍ଦୁଝରଗଡ଼ : ଓଡ଼ିଆ ପକ୍ଷ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଆଜି ଷଷ୍ଠ ଦିନରେ ଜିଲ୍ଲାର ବିଭିନ୍ନ ଦେବାଳୟ ଓ ଐତିହ୍ୟସ୍ଥଳୀ ମାନଙ୍କରେ ସ୍ୱଚ୍ଛତା ଆଭିଯାନ ଆରମ୍ଭ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ମାନଙ୍କଦ୍ୱାରା ଓଡିଶାର ଧାର୍ମିକ,ସାଂସ୍କୃତିକ ଅନୁଷ୍ଠାନ ସହ ଐତିହ୍ୟ ସ୍ଥାନ ମାନଙ୍କରେ ସ୍ୱଚ୍ଛତା ଅବଲମ୍ବନ ସହ ଏହି ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ପରମ୍ପରା ଓ ଅସ୍ମିତାକୁ ଗୁରୁତ୍ୱ ଦିଆଯାଇ ଓଡିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଓଡ଼ିଶା ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଶାସନିକ ସ୍ତରରେ ସୂଚନା ଦିଆଯାଇଛି । ଏଥି ସହ ବିଭିନ୍ନ ବ୍ଲକ ସମ୍ମୁଖମାନଙ୍କରେ ମଧ୍ୟ ଆଜିଠାରୁ ଏହି ସ୍ୱଚ୍ଛତା କାର୍ଯ୍ୟକମ ଆରମ୍ଭ ହୋଇଛି । କେନ୍ଦୁଝରଠାରେ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ଏବଂ ସିଦ୍ଧ ମଠାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, କେନ୍ଦୁଝରଗଡ଼ ପୌରପାଳିକାର ଅଧିକାରୀ ଓ ପାରିଷଦଙ୍କ ଉପସ୍ଥିତିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପାଟଣା ରଘୁନାଥଜୀଉ ମନ୍ଦିରଠାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories