www.samajalive.in
Sunday, December 14, 2025
26.1 C
Bhubaneswar

ନଳକୂପ ଦାବିରେ ମହିଳା ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼ : ଗ୍ରୀଷ୍ମଋତୁରେ ପାନୀୟଜଳର ଉତ୍କଟ ସମସ୍ୟା ଜିଲାବ୍ୟାପୀ ଦେଖା ଦେଇଛି। କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋ ପଞ୍ଚାୟତ ଡିମ୍ବୋ ଗ୍ରାମର ମନ୍ଦିର ସାହିରେ ୨ଟି ନଳକୂପ ଥିଲେ ହେଁ ତାହା ଅଧିକାଂଶ ସମୟ ଅଚଳ ରହିବା ଏବଂ ଉକ୍ତ ନଳକୂପରୁ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁଥିବାରୁ ଏହା ପିଇବାଯୋଗ୍ୟ ହୋଇ ରହିନାହିଁ ବୋଲି ଋକ୍ମିଣୀ ନାଏକ ଅଭିଯୋଗ କରିଛନ୍ତି। ଉକ୍ତ ସାହିରେ ୨୦୦ରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଥିଲେ ହେଁ ପାନୀୟଜଳ ଯୋଗାଣ ନେଇ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସାହିବାସିନ୍ଦା ବର୍ଷତମାମ ପଡୋଶୀଙ୍କ ଘରେ ଖୋଳା ଯାଇଥିବା ବୋରୱେଲ ପାଣି ଉପରେ ନିର୍ଭର କରି ସେମାନଙ୍କ ପରିବାର ଚଳାଇ ଆସୁଛନ୍ତି। ଏଭଳିସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ସାହିରେ ଅନ୍ତତଃପକ୍ଷେ ଦୁଇଟି ନଳକୂପ ଖନନ କରାଯାଇ ପାନୀୟଜଳ ସମସ୍ୟା ଦୂର କରିବା ପାଇଁ ଅହଲ୍ୟା ନାଏକ, କୁମୁଦିନୀ ମହାରଣା, ଗୋଲାପୀ ନାଏକ, ତପସ୍ୱିନୀ ନାଏକ ପ୍ରମୁଖ ସୋମବାର ଜିଲାସ୍ତରୀୟ ଅଭିଯୋଗଶୁଣାଣୀରେ ଜିଲାପାଳଙ୍କୁ ଭେଟି ଗୁହାରୀ କରିଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories