www.samajalive.in
Sunday, December 14, 2025
23.1 C
Bhubaneswar

୪ ମାସରେ ବିକ୍ରି ହୋଇନି ଗୋଟିଏ ବି କରିଜ୍ମା, ନୂଆ ମଡେଲ ଆଣିଲା କମ୍ପାନୀ

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ କରିଜ୍ମା ଏକ୍ସଏମଆରରେ କିଛି ନୂଆ ଫିଚର ଓ ଅପଡେଟ୍ ସହ ପୁଣି ଏହାକୁ ଲଞ୍ଚ୍ କରିଦେଇଛି । ଏଥିରେ ଏକ ନୂଆ ଟପ୍ ଭାରିଆଣ୍ଟ ଓ ଏକ ରେଞ୍ଜ ଟାପିଂ କମ୍ବାଟ୍ ଏଡିସନ୍ ରହିଛି । ଏହାର ଏକ୍ସ ଶୋରୁମ୍ ଦାମ୍ ୨ ଲକ୍ଷ ଟଙ୍କା ଏବଂ ୨.୦୨ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ସେହିଭଳି ଏହାର ବେସ୍ ଭାରିଆଣ୍ଟର ଏକ୍ସ ଶୋରୁମ୍ ଦାମ୍ ୧.୮୧ ଲକ୍ଷ ଟଙ୍କା ରହିଛି ।

୨୦୨୫ କରିଜ୍ମା ଏକ୍ସଏମଆରରେ ବ୍ଲୁଟୁଥ୍ କନେକ୍ଟିଭିଟି ଓ ଟର୍ଣ୍ଣ –ବାଏ-ଟର୍ଣ୍ଣ ନେଭିଗେସନ ସହିତ ଏକ ନୂଆ ଟିଏଫଟି କଲର ଡିସପ୍ଲେ ଦିଆଯାଇଛି । ଡିସପ୍ଲେରେ ରାଇଡର୍ସଙ୍କୁ କଲ୍ ଓ ଏସଏମଏସ୍ ଆଲର୍ଟ, ବ୍ୟାଟେରୀ ସ୍ଥିତି ଓ ମ୍ୟୁଜିକ୍ କଣ୍ଟ୍ରୋଲ କରିବାକୁ ଅନୁମତି ମିଳିଥାଏ । ଏଥିରେ ୟୁଏସଡି ଫୋର୍କ୍ସ ମିଳୁଛି । ଏଥିରେ ୨୧୦ ସିସିର ଲିକ୍ବିଡ୍ କୁଲ୍ଡ ଇଞ୍ଜିନ୍ ଦିଆଯାଇଛି ଯାହା ୯୨୫୦ ଆରପିଏମରେ ୨୫ ବିଏଚରିର ପାଓ୍ବର ଓ ୭୨୫୦ ଆରପିଏମରେ ୨୦.୪ ଏନଏମର ଟର୍କ ଉତ୍ପନ କରିଥାଏ ।

- Advertisement -

ଫେବୃୟାରୀ ୨୦୨୫ରେ ହିରୋ ସ୍ପ୍ଲେଣ୍ଡରକୁ ୨ ଲକ୍ଷରୁ ଅଧିକ ଗ୍ରାହକ ମିଳିଛନ୍ତି । ଏହି ଅବସରରେ କମ୍ପାନୀ ହିରୋ କରିଜ୍ମା କ୍ଷେତ୍ରରେ ନିରାଶ ହୋଇଛି । କରିଜ୍ମାକୁ ଜଣେ ବି ଗ୍ରାହକ କ୍ରୟ କରିନାହାଁନ୍ତି । ଠିକ୍ ବର୍ଷେ ପୂର୍ବରୁ ଅର୍ଥାତ୍ ଫେବୃୟାରୀ ୨୦୨୪ରେ କରିଜ୍ମା ୨୧୦କୁ ସମୁଦାୟ ୨୧୨୮ ଗ୍ରାହକ କ୍ରୟ କରିଥିଲେ । ଖାସ୍ କଥା ହେଉଛି ନଭେମ୍ବର ୨୦୨୪ ପରଠୁ ଏହାକୁ ଜଣେ ବି ଗ୍ରାହକ କ୍ରୟ କରିନାହାଁନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories