www.samajalive.in
Saturday, December 13, 2025
26.1 C
Bhubaneswar

ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ

ପିପିଲି :ପିପିଲି ସ୍ଥିତ ବରିଷ୍ଠ ନାଗରିକ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ସ୍ଥାନୀୟ ଜବାହର ବିଦ୍ୟାପୀଠ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ପିପିଲି ପୌରାଧ୍ୟକ୍ଷ ସେକ୍‌‌ ବାବୁ, ସଂଘର ଉପଦେଷ୍ଠା ବୃନ୍ଦାବନ ଜେନା, ରାଜ୍ୟ ସଂଘ ସଂପାଦକ ଯୁଗଳ କିଶୋର ସାହୁ, ପୁରୀ ଜିଲା ସଂଘର ଉପସଭାପତି ସନ୍ତୋଷ ମହାନ୍ତି, ଜବାହର ବିଦ୍ୟାପୀଠର ପ୍ରଧାନଶିକ୍ଷକ ପୀତବାସ ସେଠୀ, ଡାକ୍ତର ଉସିମ ଉଦ୍ଦିନ ପ୍ରମୁଖ ଯୋଗଦେଇ ବିକଶିତ ପିପିଲି ଉପରେ ଗୁରୁତ୍ୱାରୋପ କରିଥିଲେ।

ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ସୁବିଧା, ସୁଯୋଗ ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ପିପିଲି ଅଞ୍ଚଳର ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସଂଘର ସଭାପତି ସଚ୍ଚିଦାନନ୍ଦ ନାୟକ ଆଲୋକପାତ କରିବା ସହ ସେସବୁର ସମାଧାନ ଦିଗରେ ବିଧାୟକଙ୍କ ସହଯୋଗ କାମନା କରିଥିଲେ।

- Advertisement -

ଏଥିରେ ପୁରୀ ଜିଲାର ବିଭିନ୍ନ ବ୍ଲକ ସଂଘର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ବରିଷ୍ଠ ନାଗରିକମାନେ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ସେସଂପର୍କରେ ଡାକ୍ତର ସୌମ୍ୟରଞ୍ଜନ ରଣା କେତେକ ଜରୁରୀ ସ୍ୱାସ୍ଥ୍ୟ ପରାମର୍ଶ ଦେଇଥିଲେ। ସଂଘର ବରିଷ୍ଠ ସଦସ୍ୟ ଲକ୍ଷ୍ମୀଧର ପରିଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ଶିଶୁ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର କଣ୍ଠ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories