www.samajalive.in
Sunday, December 14, 2025
19.1 C
Bhubaneswar

ପୁଅର ଶାବଳ ମାଡ଼ରେ ବାପା ମୃତ, ମା’ ଗୁରୁତର

ସମ୍ବଲପୁର: ପୁଅର ଶାବଳ ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମା’ଙ୍କୁ ସଦର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସମ୍ବଲପୁର ଜିଲା ଯୁଜୁମୁରା ଥାନା ଝାଙ୍କରପାଲି ତୁରୀପଡ଼ା ଗ୍ରାମରେ ଏହିି ଅଭାବନୀୟ ଘଟଣା ଘଟିଛି। ପୁଅ ମାନସିକ ବିକୃତ ହୋଇଥିବା ସୂଚନା ମିଳିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା-ମା’ଙ୍କୁ ପୁଅ ଏକ ଲୁହାରଡ୍‌ରେ ନିସ୍ତୁକ ମାଡ଼ ମାରିଛି। ଏଥିରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତ ତୁରିପଡ଼ା ଗାଁରେ ଏହି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ଗୟା ମଲ୍ଲିକ(୮୦)। ଗୁରୁତର ଆହତ ମା’ ଉକିଆ ମଲ୍ଲିକ(୭୨) ବୋଲି ଜଣାପଡ଼ିଛି। ଅଭିଯୁକ୍ତ ବାଳକୃଷ୍ଣ(୪୦)କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories