www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଭାରୀ ପଦରୁ ହଟିଲେ କୁମାର ବିଶ୍ୱାସ

ନୂଆଦିଲ୍ଳୀ : ଆମ୍‍ ଆଦମୀ ପାର୍ଟି କୁମାର ବିଶ୍ୱାସଙ୍କୁ ପାର୍ଟିର ରାଜସ୍ଥାନ ପ୍ରଭାରୀ ପଦରୁ ହଟାଇ ଦେଇଛି। ପାର୍ଟିର ନେତା ଆଶୁତୋଷ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨୦୧୭ରେତାଙ୍କୁ ରାଜସ୍ଥାନ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା । ଏବେ କୁମାର ବିଶ୍ୱାସଙ୍କ ସ୍ଥାନରେ ଦୀପକ ବାଜପେୟୀଙ୍କୁ ରାଜସ୍ଥାନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।
କାର୍ଯ୍ୟବ୍ୟସ୍ତତା ଯୋଗୁଁ କୁମାର ବିଶ୍ୱାସ ରାଜସ୍ଥାନ ପାଇଁ ଅଧିକ ସମୟ ଦେଇ ପାରୁ ନାହାନ୍ତି। ପିଏସି ବୈଠକରେ କୁମାରଙ୍କୁ ରାଜସ୍ଥାନ ପ୍ରଭାରୀ ପଦରୁ ହଟାଇବାର ନିଷ୍ପତ୍ତି ହୋଇଥିଲା। ତେବେ ପାର୍ଟି ରାଜସ୍ଥାନ ବିଧାନସଭା ନିର୍ବାଚନରେ ସକ୍ରୀୟ ଭାବେ ଅଂଶ ଗ୍ରହଣ କରିବ ବୋଲି ଆଶୁତୋଷ କହିଛନ୍ତି।
ସୂଚନା ଯୋଗ୍ୟଯେ ବିଗତ କିଛିି ଦିନ ହେବ କୁମାର ବିଶ୍ୱାସ ଏବଂ ଆମ୍‍ ଆଦମୀ ପାର୍ଟି ମଧ୍ୟରେ ମତଭେଦ ଜାରୀ ରହିଛି। ରାଜ୍ୟ ସଭା ନିର୍ବାଚନ ସମୟରେ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସତ କହିବାରୁ ତାଙ୍କୁ ଦଣ୍ଡିତ କରାଗଲା ବୋଲି ସେ କହିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories