ଟୋଲଗେଟ ନିକଟରେ ଦୁର୍ଘଟଣା ;ବାପାମାଆ ମୃତ, ପୁଅ ଆହତ

ଯାଜପୁର : ଅଜଣା ଗାଡି ଧକ୍କାରେ ବାପାମାଆଙ୍କ ଜୀବନ ଚାଲିଯାଇଥିବା ବେଳେ ମୁତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି ଶିଶୁ ପୁତ୍ର । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଶନିବାର ଯାଜପୁରର ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଘଟିଛି । ଗାଡି ଧକ୍କା ପରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କର ମେଡିକାଲରେ ମୃତ୍ୟୁ ଘଟିଛି । ପୁଅକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । କୁଆଖିଆରୁ ପାଣିକୋଇଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ ; ବିଶାଳକାୟ ଅହିରାଜ ସାପର ମୁଣ୍ଡକୁ ଆଉଁସିଲେ, ତା’ପରେ..

ଚୈତ୍ର ନବରାତ୍ରୀ.. ଆଜି ମହାଅଷ୍ଟମୀରେ ଅଦ୍ଭୁତ ସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ମା’ଦୁର୍ଗାଙ୍କ କୃପା, ମିଳିବ ହଠାତ୍‌ ଧନ,ଚମକିବ ଭାଗ୍ୟ..

 

Comments are closed.