www.samajalive.in
Monday, December 15, 2025
26.1 C
Bhubaneswar

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ମହିଳାଙ୍କୁ ରିମାଣ୍ଡରେ ନେଇ ପୁଲିସର ତଦନ୍ତ

କେନ୍ଦୁଝର ସଦର: ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପର ମୁଖ୍ୟ ଅଭିଯୁକ୍ତ ପ୍ରମିଳା ପରିଡ଼ା ଗିରଫ ହେବାପରେ ଟାଉନ ପୁଲିସ ଶୁକ୍ରବାର ତାକୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ମେଡିକାଲ କଲେଜରେ ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଷ୍ଟର ମାଇଣ୍ଡ୍ ମହିଳାଙ୍କ ସମେତ ୨ ଜଣ ୨୬ ମାର୍ଚ୍ଚରେ ଗିରଫ ହୋଇଥିଲେ। ଏହି ଠକେଇରେ ଜିଲା ମୁଖ୍ୟ ଚିକିତ୍ସାଳୟର କିଛି କର୍ମଚାରୀ ସାମିଲ ଥିବାବେଳେ ପୁଲିସ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତିି ସିଡିଏମଓ। ୬୦ରୁ ଊର୍ଦ୍ଧ୍ବ ଜଣଙ୍କୁ ଚାକିରି କରାଇ ଦେବାକୁ କହି ସେମାନଙ୍କଠାରୁ ୭୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ସୂଚନା ଦେଇଛି ପୁଲିସ। ଶୁକ୍ରବାର ମୁଖ୍ୟ ଅଭିଯୁକ୍ତ ପ୍ରମିଳା ପରିଡାଙ୍କ ଘରେ ଚଢ଼ାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନେକ ଦାମୀ ଆସବାବପତ୍ର ଓ ଅଳଙ୍କାର ଜବତ କରିଛି ଟାଉନ ପୁଲିସ। ଏଥି ସହ ବିଭିନ୍ନ ବ୍ୟାଙ୍କରେ ଲକର ଥିବା ନେଇ ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ମେଡିକାଲ କଲେଜରେ ଚାକିରି କରାଇଦେବା ନାଁରେ ତାଙ୍କଠାରୁ ମନଇଛା ଟଙ୍କା ନେଉଥିଲେ ପ୍ରମିଳା। ଏହାସହ ଆଜିକାଲି କହି ପ୍ରମିଳା ତାଙ୍କୁ ପଇସା ଫେରାଉ ନ ଥିଲେ କି ଚାକିରି ବାବଦରେ କୌଣସି ନିର୍ଭର ପ୍ରତିଶ୍ରୁତି ଦେଉନଥିଲେ। ଶେଷରେ ଠକାମୀର ଶୀକାର ହୋଇଥିବା ଲୋକେ ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ମାଷ୍ଟର୍ ମାଇଣ୍ଡ୍ ମହିଳା ପ୍ରମିଳା ପରିଡାଙ୍କ ସହିତ ତାଙ୍କର ଜଣେ ସହଯୋଗୀ ଭୂବନ ମହାନ୍ତକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଗିରଫ ହୋଇଥିବା ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରମିଳା ପରିଡ଼ା ଓ ସହଯୋଗୀ ଭୂବନ ମହାନ୍ତ, ଶତାଧିକ ବେକାର ଯୁବକ, ଯୁବତୀଙ୍କଠାରୁ ଚାକିରୀ କରାଇଦେବା ନାଁରେ କୋଟି, କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହେବାସହ ମୁଖ୍ୟ ଅଭିଯୁକ୍ତ ପ୍ରମିଳା ପରିଡ଼ା କିଭଳି ଭାବେ ଲୋକଙ୍କୁ ଠକି ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ, ତାର ଭିଡ଼ିଓ ବା ଷ୍ଟିଙ୍ଗ୍ ଅପରେସନ ମଧ୍ୟ କିଛି ଠକାମୀର ଶିକାର ଲୋକମାନେ କରି ପୁଲିସ ଓ ଗଣମାଧ୍ୟମକୁ ଦେଇଛନ୍ତି। ଏହି ଦୁର୍ନୀତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଛି କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ପୁଲିସର ତଦନ୍ତ ପରେ ଏ ସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡିଏମଓ। ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଏହି ଠକେଇରେ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଆଜି ପ୍ରମିଳା ପରିଡାଙ୍କ ଅମୃତ ବିହାରସ୍ଥିତ ଘରେ ଚଢ଼ାଉ କରିଥିଲା ପୁଲିସ। ଏଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଏକ ବସ୍ତାରେ ଭର୍ତ୍ତି ବସ୍ତେ ଦରଖାସ୍ତ, କାହାଠାରୁ କେତେ ପଇସା ନିଆଯାଇଥିବା ଏକ ଡାଏରୀ, ବ୍ୟାଙ୍କରେ ଏକ ଲକର୍ ପାଇଛନ୍ତି। ଏହା ସେହ ପ୍ରମିଳା କରିଥିବା ଏକ ଢ଼ାବାକୁ ତଦନ୍ତ ପରିସରଭୁକ୍ତ କରାଯାଇ ତା ପାଇଁ ଆସିଥିବା ଚୌକି, ସୋଫା ଆଦିକୁ ପୁଲିସ ମଧ୍ୟ ଜବତ କରି ଥାନାକୁ ଆଣିଛି। ସେପଟେ ପ୍ରମିଳାଙ୍କ ଭଉଣୀ ଘରେ ଆସି ଲୋକେ ଟଙ୍କା ଦେବା କଥାକୁ ସ୍ବୀକାର କରିବାସହ ୯୬ ଲକ୍ଷ ଟଙ୍କା ପ୍ରମିଳା ନେଇଥିବା ତାଙ୍କୁ କହିଥିଲେ ବୋଲି କହିଛନ୍ତି।

- Advertisement -

ଏବେ ପ୍ରମିଳା ଗିରଫ ହେବା ପରେ ତାଙ୍କ ଠକେଇର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ପ୍ରତି ଦିନ କିଛି କିଛି ଲୋକ ଥାନାକୁ ଆସି ପ୍ରମିଳାଙ୍କ ଦ୍ବାରା ଠକେଇ ହୋଇଥିବା ଅଭିଯୋଗ କରିବାରେ ଲାଗିଛନ୍ତି। ତେବେ ଟାଉନ ପୁଲିସ ତୃଣମୂଳସ୍ତରରୁ ତଦନ୍ତ କରିବା ସହ ଘଟଣାରେ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷ ଆଇନ ଅନୁସାରେ ଦଣ୍ଡ ପାଇବେ ବୋଲି କହିଛନ୍ତି ଭାରପ୍ରାପ୍ର ଅଧିକାରୀ ଶ୍ରୀକାନ୍ତ ସାହୁ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories