www.samajalive.in
Thursday, December 11, 2025
16.1 C
Bhubaneswar

ସିଡିଏମଓଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର

 

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ କଲମପୁର ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ତିଆଡି ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ। ନିଜର କ୍ଷମତା ମଧ୍ୟରେ ଥିବା କିଛି ସମସ୍ୟାର ଆଗାମୀ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ବିଶେଷଜ୍ଞ ପଦବୀ ଥିଲେ ମଧ୍ୟ ଏହି ସମସ୍ୟା ସମାଧାନରେ ବିଳମ୍ବ ହେବା ବୋଲି ସୂଚନା ଦେଇଥିଲେ। ଏହାସହ ଏକ ଏକ୍ସରେ ୟୁନିଟ ପାଇଁ ସରକାରଙ୍କ ମଞ୍ଜୁରୀର ଆବଶ୍ୟକତା ରହିଥିବା ଦର୍ଶାଇଥିଲେ। ଗୃହ ବିଭାଗ ମାଧ୍ୟମରେ ଏକ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣର ବ୍ୟବସ୍ଥା କରାଯାଇଥାଏ ତେଣୁ ଏନେଇ ଗୃହ ବିଭାଗ ସହ ଯୋଗା ଯୋଗ କରି ଆବଶ୍ୟକିୟ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ତିଆଡି କହିଥିଲେ। ମଣ୍ଡଳ ଆର୍ୟୁବେଦ ଓ ହୋମିଓ ପ୍ୟାଥି ଚିକିତ୍ସାଳୟ ପାଇଁ ଜିଲାପାଳ ଓ ସମ୍ପୃକ୍ତ ବିଭାଗ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ସମୟରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ଶାନ୍ତନୁ କୁମାର ଯୋଶୀ ପ୍ରମୁଖଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଉଭୟ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଆନ୍ଦୋଳନ ରତ ବିଜେପି କର୍ମୀଙ୍କ ମଧ୍ୟରେ ଆଲୋଚନା ପରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତିଆଡି ସମସ୍ୟା ସବୁର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଗତ ଦୁଇଦିନ ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories