www.samajalive.in
Monday, December 8, 2025
24.1 C
Bhubaneswar

ସମ୍ଵଲପୁରରେ ପୁଲିସ୍‌ ଡିଜି: ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଦେଲେ ଆହ୍ବାନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ଗସ୍ତ କରିଛନ୍ତି ପୁଲିସ୍ ଡିଜି ଯୋଗେଶ ବାହାଦୂର ଖୁରାନିଆ। ଏହି ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି , ଆଜି ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅଧିନର ସବୁ ଜିଲାର ଏସପି ମାନଙ୍କ ସହିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲା ମାନଙ୍କର ଆଇନ ଶୃଙ୍ଖଳା ଉପରେ ସମୀକ୍ଷା ହୋଇଛି । ମାଓ ଅଞ୍ଚଳରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସେ ନେଇ ମଧ୍ୟ ସମୀକ୍ଷା କରାଯାଇଛି । ଆଗକୁ ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଥିବାରୁ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରାଯାଇଛି । ସମ୍ବଲପୁରରେ ସନ୍ଧ୍ୟା ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ଆଇନ ଶୃଙ୍ଖଲା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ । ମାଓ ଦମନ ରାଜ୍ୟରେ କମି କମି ଆସୁଛି । ଉତ୍ତରାଂଚଳ ଅଂଚଳରେ ଗୋଟିଏ ସ୍ଥାନରେ ଏବେ ବି ଚାଲିଛି ମାଓ ଅପରେସନ। ଅନ୍ୟ ସ୍ଥାନରେ ମଧ୍ୟ ଚାଲିଛି । ଛତିଶଗଡ- ଆନ୍ଧ୍ର ସୀମାରେ ତୀକ୍ଷ୍ଣ ନଜର ରଖାଯାଇଛି । ବିଭିନ୍ନ ସ୍ଥାନରେ ଅପରେସନରେ ସଫଳତା ମଧ୍ୟ ମିଳିଛି । ଯେଉଁ ଜିଲାରେ ମାଓ ସକ୍ରିୟ ଅଛନ୍ତି ସେହିଁ ସ୍ଥାନରେ ଅପରେସନ ଚାଲିଛି । ହିଂସା କୁ ତ୍ୟାଗ କରି ମୁଖ୍ୟ ସ୍ତ୍ରୋତରେ ସାମିଲ ହୁଅ । ଓଡିଶାରେ ଆତ୍ମସର୍ମପଣ ପଲିସି ଭଲ ରହିଛି । ଏଣୁ ସେମାନେ ଆସି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପୁଲିସ ଡିଜି ମାଓବାଦୀ ଙ୍କୁ ଆହ୍ବାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories