www.samajalive.in
Wednesday, December 10, 2025
17.1 C
Bhubaneswar

ଦାଦନ ଖଟିବାକୁ ଯିବାର ସପ୍ତାହ ମଧ୍ୟରେ ଯୁବକଙ୍କ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ପରିବାର ପକ୍ଷରୁ ନିବେଦନ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲାରୁ ବାରମ୍ବାର ଦାଦନ ଶ୍ରମିକ କେରଳ ରାଜ୍ୟକୁ ଯାଉଥିବା ବେଳେ ପୁଣି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ କନବାଗେରୀ ଗ୍ରାମର ରତ୍ନଦୀପ ପ୍ରଧାନ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦ ଖବର ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଚଳିତ ମାସ ୨୧ ତାରିଖ ଶୁକ୍ରବାର ଦିନ ରତ୍ନଦୀପ ନିଜର ଏକମାତ୍ର ପୁଅର ପ୍ରଥମ ଜନ୍ମବାର୍ଷୀକ ସାରି ଦାଦନ ଖଟିବାକୁ ଘରୁ ବାହାରି ସେ ୨୩ ତାରିଖ ଦିନ କେରଳ ଏର୍ଣ୍ଣାକୁଲମ ଜିଲ୍ଲାରେ ପହଞ୍ଚିଥିଲେ। ତାର ତିନି ଦିନ ପରେ ଅର୍ଥାତ ୨୬ ତାରିଖ ସଂନ୍ଧ୍ୟାରେ ଜଣେ ଅଚିହ୍ନା ବ୍ୟକ୍ତି ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ନେଇ ସ୍ଥାନୀୟ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରୁଥିଲେ। ୨୭ ତାରିଖ ଗୁରୁବାର ଦିନ ସେଠି କାମ କରୁଥିବା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି କନବାଗେରୀ ଅଞ୍ଚଳର ତାଙ୍କ ଚାଚା ଶବକୁ ଚିହ୍ନଟ କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ୨୮ ତାରିଖ ଦିନ କରିବା ନେଇ ସୁଚନା ପ୍ରଦାନ କରାଯାଇଥିବା ବେଳେ ସେଠାକାର ପୋଲିସ  ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ।ତେବେ ପରିବାର ପକ୍ଷରୁ ମୃତଦେହକୁ ନିଜ ଗ୍ରାମ ଜି.ଉଦୟଗିରି କନବାଗେରୀକୁ ଅଣାଯାଉ ବୋଲି କହିଥିଲେ। ଏନେଇ ଜି.ଉଦୟଗିରି ଏନଏସି ୧୩ନଂ ଓ୍ବାର୍ଡ କନବାଗେରୀ କାଉନସିଲର ଦୀପକ ନାୟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହଯୋଗରେ ମୃତଦେହକୁ ନିଜ ଜନ୍ମ ମାଟିକୁ ଆଣିବା ପାଇଁ ଯୋଗାଯୋଗ କରିଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories