www.samajalive.in
Saturday, December 6, 2025
23.1 C
Bhubaneswar

ଆମ୍ବତୋଟାରେ ଗୃହ ନିର୍ମାଣକୁ ମଣ୍ଡୁଆ ଗ୍ରାମବାସୀଙ୍କ ବିରୋଧ

କେନ୍ଦୁଝରଗଡ : ସଦର ତହସିଲ ଅଧିନ ମଣ୍ଡୁଆ ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗି ଦୀର୍ଘବର୍ଷ ଧରି ଥିବା ସରକାରୀ ଆମ୍ବତୋଟାକୁ କେନ୍ଦୁଝରଗଡ ପୌରାଞ୍ଚଳ ୧୦ନଂ ୱାର୍ଡର ପୂର୍ବତନ କାଉନସିଲର ମରୁଆ ନାଏକ ତଞ୍ଚକତାପୂର୍ବକ ନିଜ ନାମରେ ପଟ୍ଟା ହାତେଇ ଗୃହ ନିର୍ମାଣକୁ ମଣ୍ଡୁଆ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ସ୍ଥାନୀୟ ୱାର୍ଡ ସଭ୍ୟା ସବିତା ନାଏକଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ମହିଳା ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି କେନ୍ଦୁଝର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ବେଆଇନ ଭାବେ ହାତେଇଥିବା ଜମି ପଟ୍ଟାକୁ ପ୍ରତ୍ୟାହାର କରି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଆମ୍ବତୋଟାକୁ ମଧ୍ୟ ଜବରଦଖଲ ମୁକ୍ତ କରିବା ପାଇଁ ଦାବି କରିଛନ୍ତି।ଗତ କିଛିବର୍ଷ ତଳେ ମଧ୍ୟ ଉକ୍ତ ଆମ୍ବତୋଟାରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀଙକ ବିରୋଧ ଯୋଗୁଁ ସ୍ଥିଗିତ ରଖାଯାଇଥିବା ବେଳେ ପୁଣି ଗତ କିଛି ଦିନ ଧରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ଉକ୍ତ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଉପଜିଲାପାଳଙ୍କ ନିକଟରେ ଗୁହାରୀ କହିଛନ୍ତି। ସର୍ବସାଧାରଣଙକ ପାଇଁ ଉଦ୍ଦିଷ୍ଟ ଆମ୍ବତୋଟାକୁ କିଭଳି ଭାବେ ଜଣେ ବ୍ୟକ୍ତିଙ୍କ ନାମରେ ତହସିଲ ପ୍ରଶାସନ ପଟ୍ଟା ପ୍ରଦାନ କଲେ ସେ ନେଇ ଗ୍ରାମବାସୀ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବାସହ ବେଆଇନ ଭାବେ ପ୍ରଦାନ କରାଯାଇଥିବା ପଟ୍ଟାକୁ ପ୍ରତ୍ୟାହାର କରିବା ସହ ଆମ୍ବତୋଟାକୁ ଜବରଦଖଲ ମୁକ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆସନ୍ତା ରବିବାର ସୁଦ୍ଧା ବେଆଇନ ଭାବେ ପ୍ରଦାନ କରାଯାଇଥିବା ପଟ୍ଟା ପ୍ରତ୍ୟାହାର ସହ ଆମ୍ବତୋଟାକୁ ଜବରଦଖଲ ମୁକ୍ତ କରାନଗଲେ ବାଧ୍ୟ ହୋଇ ସୋମବାର ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧପୂର୍ବକ ଆନ୍ଦୋଳନ କରିବୁ ବୋଲି ସରସ୍ୱତୀ ନାଏକ, ବିମଳା ନାଏକ, ମମତା ନାଏକ, ହାରାମଣୀ ନାଏକଙ୍କ ସମେତ ଶତାଧିକ ମହିଳା ଚେତାବନୀ ଦେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories