www.samajalive.in
Saturday, December 13, 2025
23.1 C
Bhubaneswar

ବିଧାନସଭାରେ ହାଇଡ୍ରାମା: ବ୍ୟାରିକେଡ୍‌ ଭାଙ୍ଗିଲେ, ଘଣ୍ଟ ପିଟିଲେ ବିରୋଧୀ

ଭୁବନେଶ୍ଵର: ବିଧାନସଭାରେ ଉଭୟ ଭିତରେ ଓ ବାହାରେ ବୁଧବାର ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ପରିସର ପାଲଟିଛି ରଣକ୍ଷେତ୍ର। ନାରୀ ନିର୍ଯାତନା ପ୍ରସଙ୍ଗ ଓ ବିଧାୟକମାନଙ୍କ ନିଲମ୍ବନକୁ ନେଇ ଗତକାଲି ରାତିରୁ ଏପର୍ଯ୍ୟନ୍ତ କଂଗ୍ରେସର ଧାରଣା ଓ ପ୍ରତିବାଦ ଜାରି ରହିଥିବାବେଳେ ଆଜି ବିଜେଡିର ମଧ୍ୟ ହଙ୍ଗାମା ଦେଖିବାକୁ ମିଳିଛି। ବିଧାନସଭା ଗେଟ୍‌ ତଥା ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ। ବ୍ୟାରିକେଡ୍‌ ଭାଙ୍ଗି ରାସ୍ତାକୁ ଆସି ନାରାବାଜୀ କରିବାସହ ପ୍ଲାକାର୍ଡ଼ ଧରି ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ।

ଅପରପକ୍ଷେ ଆଜି ବିଧାନସଭା ଯାଇଛନ୍ତି ୨ କଂଗ୍ରେସ ବିଧାୟକ। ବିଧାୟକ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହ ମଧ୍ୟକୁ ଯାଇ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି। ଅନ୍ୟ ୧୨ ଜଣ ନିଲମ୍ବିତ କଂଗ୍ରେସ ବିଧାୟକଙ୍କୁ ଗୃହ ଭିତରକୁ ଛଡ଼ାଯାଇନାହିଁ। ଗୃହ ଭିତରେ ଥିବା ଉଭୟ ବିଧାୟକ ତାରା ଓ ରମେଶ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି। ଅନ୍ୟମାନେ ବାହାରେ ଧାରଣା ଓ ନାରାବାଜୀ ଜାରି ରଖିଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories