ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଶେଷ ହୋଇଛି। ଏହା ଥିଲା ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ । ତେବେ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୨ ଦିନ ପୂର୍ବରୁ ଗୃହକୁ ମୁଲତବୀ କରି ଦିଆଯାଇଛି। ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ମୁଲତବୀ କରିଦେଇଛନ୍ତି।
ପୂର୍ବଦିନ ଭଳି ଶୁକ୍ରବାର ମଧ୍ୟ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ । ବେକାରୀ ଏବଂ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୃହରେ ହୋହାଲ୍ଲା କରିଥିଲେ । ସେହିପରି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଆଧାର କରି ଶାସକ ଦଳର ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ପ୍ରଦୀପ କୁମାର ଅମାତ ସର୍ବଦଳୀୟ ବୈଠକ ଡକାଇଥିଲେ। ସର୍ବଦଳୀୟ ବୈଠକ ପରେ ଗୃହ କାର୍ୟ୍ୟ ସ୍ବଭାବିକ ହୋଇଥିଲା।
ତେବେ ଶେଷରେ ଅପରାହ୍ନରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ମୁଲତବୀ କରି ଦିଆଯାଇଛି।
ବଜେଟ ଅଧିବେଶନ ଶେଷ
Popular Categories



