www.samajalive.in
Saturday, December 13, 2025
27.1 C
Bhubaneswar

ବିଏସଏନଏଲର ସୁପର ଅଫର: ଗୋଟିଏ ଫୋନ ରିଚାର୍ଜରେ ଚାଲିବ ୩ଟି ଫୋନ୍

ସମାଜ ଡିଜିଟାଲ ଡେସ୍କ: ବିଏସଏନଏଲ ଆଣିଲା ଧମକେଦାର୍ ଅଫର୍। ଏବେ ମାତ୍ର ଗୋଟିଏ ରିଜାର୍ଜରେ ଚାଲିବ ତିନି ତିନୋଟି ଫୋନ୍। ମିଳିବ ଅନଲିମିଟେଡ ଇଣ୍ଟରନେଟ ଆଉ ଭଏସ କଲ୍। ଯଦି ଆପଣ ବିଏସଏନଏଲ ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ନିଶ୍ଚିତ ଭାବେ ଖୁସି ଖବର। କାରଣ ବିଏସଏନଏଲରେ ଥିବା ଅଫରରେ ଆପଣ ମାତ୍ର ଗୋଟିଏ ରିଜାର୍ଜ କରିବେ, ମାତ୍ର ତିନିଟା ଫୋନରେ ଅନଲିମିଟେଡ ଡାଟା ଓ କଲ୍‌ର ମଜା ଉଠାଇ ପାରିବେ। ଜିଓ, ଏୟାରଟେଲ, ଭିଆଇ ଭଳି ଘରୋଇ କମ୍ପାନୀ ସହିତ ପ୍ରତିଯୋଗିତା କରିବା ପାଇଁ ଏବେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଆଣିଛି ଏହି ଜବରଦସ୍ତ ଫ୍ୟାମିଲ ପ୍ଲାନ୍ ଅଫର୍।

ବିଏସଏନଏଲର ପୋଷ୍ଟପେଡ ଉପଭୋକ୍ତାମାନେ ଏହି ଅଫରର ଆନନ୍ଦ ଉଠାଇ ପାରିବେ। ଯଦି ଆପଣଙ୍କର ପରିବାରରେ ତିନି ଜଣ ସଦସ୍ୟ ଅଛନ୍ତି, ତେବେ ଆପଣଙ୍କୁ ୯୯୯ ଟଙ୍କାର ଗୋଟିଏ ରିଜାର୍ଜ କରିବାକୁ ପଡ଼ିବ। ଆଉ ଏଥିରେ ପରିବାରର ତିନି ଜଣଙ୍କ ନମ୍ବର ଯୋଡ଼ା ଯାଇପାରିବ। ଅର୍ଥାତ୍ ଜଣେ ବ୍ୟକ୍ତିଙ୍କ ରିଜାର୍ଜରେ ତିନି ଜଣ ଡାଟା ଓ ଭଏସ୍ କଲ୍ ବ୍ୟବହାର କରିପାରିବେ। ଆଉ ପରିବାରର ବିଭିନ୍ନ ସଦସ୍ୟଙ୍କ ପାଇଁ ବ୍ୟକ୍ତିଗତ ରିଜାର୍ଜର ଆବଶ୍ୟକତା ନାହିଁ।

- Advertisement -

ବିଏସଏନଏଲର ଏହି ପ୍ଲାନରେ ଗ୍ରାହକମାନଙ୍କୁ ମୋଟ୍ ୩୦୦ ଜିବି ଲେଖାଏଁ ଡାଟା ମିଳିବ। ଅର୍ଥାତ୍ ପ୍ରତି ଉପଭୋକ୍ତା ୭୫ ଜିବି ଲେଖାଏଁ ଡାଟା ବ୍ୟବହାର କରିପାରିବେ। ଏହା ବ୍ୟତୀତ ସମସ୍ତ ଉପଭୋକ୍ତାଙ୍କ ପାଇଁ ଫ୍ରୀ କଲିଂ, ପ୍ରତିଦିନ ୧୦୦ଟି ମାଗଣା ଏସଏମଏସ କରିବାର ସୁବିଧା କରିବ କମ୍ପାନୀ। ଏହି ଅଫର୍ ସମ୍ପର୍କରେ ବିଏସଏନଏଲ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି। ଆପଣ ଏହି ଯୋଜନାର ଲାଭ, କମ୍ପାନୀର ଅଫିସିଆଲ୍ ୱେବ୍ ସାଇଟ୍ ଏବଂ BSNL self app ମାଧ୍ୟମରେ ନେଇପାରିବେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories