www.samajalive.in
Monday, December 8, 2025
13.1 C
Bhubaneswar

ପ୍ରେମିକାକୁ ହତ୍ୟା କରିଥିବା ସ୍ଵୀକାର କଲା ପୁରୁଷ ବନ୍ଧୁ! ଅଭିଯୁକ୍ତ ଅଟକ

ବୁର୍ଲା : ଗତ ୨୦ ତାରିଖରୁ ନିଖୋଜ ଥିବା ବରଗଡ଼ ଜିଲା ଟାଉନ୍ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ବାଳିକାର ଗଳିତ ଶବ ସମ୍ବଲପୁର ଜିଲା ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଫିସରି ପଏଣ୍ଟ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଅଟକ ଥିବା ପ୍ରେମିକଠାରୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସର ହସ୍ତଗତ ହୋଇଛି। ସାଙ୍ଗ ସହ ମିଶି ସଂପୃକ୍ତ ନାବାଳିକାଙ୍କ ପ୍ରେମିକ ତାଙ୍କୁ ହୀରାକୁଦ ଜଳଭଣ୍ଡାର ନିକଟସ୍ଥ ଜଙ୍ଗଲକୁ ଆଣି ସେଠାରେ ବଳାତ୍କାର ପରେ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। ପ୍ରେମିକର ବୟାନ ପରିପ୍ରେକ୍ଷୀରେ ବରଗଡ଼ ପୁଲିସ ସ୍ଥାନୀୟ ବୁର୍ଲା ପୁଲିସ ସହାୟତାରେ ଜଙ୍ଗଲ ମଧ୍ୟରୁ ଗଳିତ ଶବ ଉଦ୍ଧାର କରିଛି। ଅଭିଯୁକ୍ତଙ୍କ ସାଙ୍ଗକୁ ମଧ୍ୟ ପୁଲିସ କାବୁ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି। ବରଗଡ଼ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର, ବୁର୍ଲା ଥାନା ଅଧିକାରୀ ସୌମ୍ୟକାନ୍ତ ବଲିଆର ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆଜି ସକାଳେ ଏହାର ସରଜମିନ ତଦନ୍ତ କରିଥିଲେ। ସାଇଣ୍ଟିଫିକ୍‍ ଟିମ୍ ଘଟଣା ସ୍ଥଳରୁ ରକ୍ତ ନମୁନା ସମେତ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ନାବାଳିକା ଜଣକ ଗତ ୨୦ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ ସେହିଦିନ ବରଗଡ଼ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପରେ ନାବାଳିକା ଜଣକ ତାଙ୍କ ପ୍ରେମିକଙ୍କ ସହିତ ଫେରାର ଥିବା କୌଣସି ମତେ ସୂଚନା ପାଇଥିଲା। ଏହାପରେ ପ୍ରେମିକକୁ ପୁଲିସ କାବୁ କରି ପଚରାଉଚୁରା ପରେ ସତ୍ୟ ସାମ୍‌ନାକୁ ଆସିଥିଲା। ଆଜି ବରଗଡ଼ରୁ ପୁଲିସ ଦଳ ପ୍ରେମିକକୁ ଧରି ହତ୍ୟା ପରେ ନାବାଳିକାକୁ ଫିଙ୍ଗି ଦେଇଥିବା ସ୍ଥାନକୁ ଆଣିଥିଲା। ନାବାଳିକାଙ୍କ ପ୍ରେମିକ ଏବଂ ତାଙ୍କ ସାଙ୍ଗ ଏକାଠି ହୋଇ ତାଙ୍କୁ ହୀରାକୁଦ ଜଳଭଣ୍ଡାର ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳାତ୍କାର କରିବା ପରେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories