www.samajalive.in
Tuesday, December 9, 2025
26.1 C
Bhubaneswar

ଫସାଇବାକୁ କରାଯାଇଛି ଷଡ଼ଯନ୍ତ୍ର: ବିଚାରପତି ବର୍ମା

ନୂଆଦିଲ୍ଲୀ : ବାସଭବନ ପରିସରସ୍ଥ ଆଉଟ୍‌ ହାଉସ୍‌ରୁ ବିପୁଳ ଟଙ୍କା ମିଳିବା ଘଟଣାରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମା ନିଜ ପ୍ରତିକ୍ରିୟା ଦେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟଙ୍କୁ ଦେଇଥିବା ନିଜର ଲିଖିତ ପ୍ରତିକ୍ରିୟାରେ ବିଚାରପତି ବର୍ମା ଉଲ୍ଲେଖ କରିଛନ୍ତି ଯେ ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଏହି ଟଙ୍କା ରଖି ନଥିଲେ। ଆଉଟ୍ ହାଉସ୍‌ରୁ ଟଙ୍କା ମିଳିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ହାସ୍ୟାସ୍ପଦ। ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର। ଆଉଟ ହାଉସ୍‌ରେ ନିଆଁ ଲାଗି ପୋଡି ଯାଇଥିବା ଟଙ୍କା ତାଙ୍କର ନୁହେଁ। ପୋଡି ଯାଇଥିବା ଟଙ୍କା ତାଙ୍କର ବୋଲି ଯେଉଁ ଅନୁମାନ କରାଯାଉଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ଯେଉଁ ଆଉଟ୍ ହାଉସ୍‌ରୁ ଟଙ୍କା ମିଳିଛି ସେଠାରେ ଅବ୍ୟହୃତ ଜିନିଷ ପତ୍ର ଜମା ହୋଇ ରହିଥିଲା। ଏହି ଆଉଟ ହାଉସ୍‌ଟି ଖୋଲା ରହିଥାଏ। ଏଠାକୁ ଅନ୍ୟ କର୍ମଚାରୀଙ୍କ ନିୟମିତ ଆତଯାତ ହେଉଥିଲା। ଏପରି ଏକ ସ୍ଥାନରେ ଟଙ୍କା ଜମା କରି ରଖିବା ହାସ୍ୟାସ୍ପଦ କଥା। ଏହି ଘଟଣାରେ ସେ ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି। ଗଣମାଧ୍ୟମ ତଥ୍ୟର ଉପଯୁକ୍ତ ଯାଞ୍ଚ ନ କରି ନିନ୍ଦନୀୟ ଘଟଣାକୁ ଉପସ୍ଥାପନ କରୁଛି। ନିଆଁ ଲାଗିଥିବା ସ୍ଥାନରୁ ଟଙ୍କା ଜବତ ହେବା ସମ୍ପର୍କିତ ରିପୋର୍ଟକୁ ବିଚାରପତି ବର୍ମା ଖଣ୍ଡନ କରିଛନ୍ତି। କାରଣ ନିଆଁ ଲାଗିବା ସମୟରେ ସେଠାରେ ଉପସ୍ଥିତ କୌଣସି ବ୍ୟକ୍ତି କିମ୍ବା ତାଙ୍କ ବାସଭବନରେ ନିୟୋଜିତ କର୍ମଚାରୀ ଏହି ଟଙ୍କା ଦେଖି ନାହାନ୍ତି। ଜଣେ ସୁରକ୍ଷା କର୍ମଚାରୀ ମାର୍ଚ୍ଚ ୧୫ ତାରିଖ ସକାଳେ ପୋଡାଜଳା ଜିନିଷକୁ ସ୍ଥାନାନ୍ତର କରିଥିଲେ। ତାଙ୍କ ପରିବାର ସଦସ୍ୟ କିମ୍ବା କର୍ମଚାରୀ ପୋଡା ଟଙ୍କା ସ୍ଥାନାନ୍ତର କରି ନାହାନ୍ତି। ତେଣୁ ତାଙ୍କ ବିରୋଧରେ ଯେଉଁ ସବୁ ଆକ୍ଷେପ କରାଯାଉଛି ତାକୁ ସମ୍ପୂର୍ଣ୍ଣ ରୂପେ ଅଗ୍ରାହ୍ୟ କରୁଛନ୍ତି ବୋଲି ବିଚାରପତି ବର୍ମା କହିଛନ୍ତି। ଆଉ ମଧ୍ୟ ସେ ଓ ତାଙ୍କ ପତ୍ନୀ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟାରେ ଭୋପାଳରୁ ଇଣ୍ଡିଗୋ ବିମାନ ୬ଇ ୨୩୦୩ରେ ଦିଲ୍ଲୀ ଫେରିଥିଲେ। ତେଣୁ ପୋଡା ଟଙ୍କା ମିଳିବା ଘଟଣା ଅଭିଯୋଗ ସମ୍ପର୍କରେ ସେମାନେ ମଧ୍ୟ ଜାଣି ନାହାନ୍ତି।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories