ଲାଞ୍ଜିଗଡ଼: ସାମାଜିକ ସୁରକ୍ଷା ଓ ଦରମା ବୃଦ୍ଧି ଆଦି ୧୦ ଦଫା ଦାବିରେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ। ସପ୍ତାହେ ପର୍ଯ୍ୟନ୍ତ ବ୍ଲକରେ କାର୍ଯ୍ୟରତ ରୁରାଲ ହାଉସିଂ, ମନରେଗା, ଗ୍ରାମାଞ୍ଚଳ ପାନୀୟଜଳ ଯୋଗାଣ, ମଙ୍ଗଳ ବିଭାଗ, ସାମାଜିକ ସୁରକ୍ଷା, ସାଧାରଣ ବଣ୍ଟନ ଆଦି ବିଭାଗରେ ଆଉଟସୋର୍ସିଂ କର୍ମଚାରୀ ଭାବେ କାର୍ଯ୍ୟରତ ୧୩ ଜଣ କର୍ମଚାରୀ ନିଜର ସାମାଜିକ ସୁରକ୍ଷା ଓ ଦରମା ବୃଦ୍ଧି ଦାବିରେ ପ୍ରତିବାଦ କରିଛନ୍ତି। ଏହା ସହିତ କଳାବ୍ୟାଜ ପିନ୍ଧି ଡ୍ୟୁଟି କରୁଛନ୍ତି। ଆଗାମୀ ଦିନରେ ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଆଉଟସୋର୍ସିଂ କର୍ମଚାରୀ ସଂଘ ଚେତାବନୀ ଦେଇଛି।
ସାମାଜିକ ସୁରକ୍ଷା ଓ ଦରମା ବୃଦ୍ଧି ଦାବି: କଳାବ୍ୟାଜ ପିନ୍ଧି ପ୍ରତିବାଦ କଲେ ଆଉଟସୋର୍ସିଂ କର୍ମଚାରୀ
Popular Categories



