ଭବାନୀପାଟଣା: ରାଜ୍ୟରେ ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ ଆସନ୍ତା ୨୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିବ। ଏନେଇ ଗୁରୁବାର ଭବାନୀପାଟଣାରେ ଦଳର ଜିଲ୍ଲା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ମୁନା ତ୍ରିପାଠୀ ଏବଂ ରାଜ୍ୟ କଂଗ୍ରେସ ପ୍ରବକ୍ତା ଅଜିତ ଦାସ ଯୋଗଦେଇ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ଦିଗରେ ଫେଲ୍ ମାରିଛନ୍ତି। ମୋହନ ସରକାର ଅମଳରେ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି। ଗତ ୮ ମାସ ମଧ୍ୟରେ ୧୬ ଶହ ମହିଳାଙ୍କ ପ୍ରତି ଅତ୍ୟାଚାର ହେବା ସଂକ୍ରାନ୍ତରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ବିଭିନ୍ନ କାରଣରୁ ବହୁ ସଂଖ୍ୟାରେ ମାମଲା ରୁଜୁ ହୋଇପାରି ନାହିଁ। ଏଣୁ ଆସନ୍ତା ୨୭ତାରିଖ ଦିନ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ମତ ପ୍ରକାଶ କରିଥିଲେ। ଦଳର ଜିଲ୍ଲା ସଭାପତି ଭାରତ ବେମାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।
Popular Categories



