www.samajalive.in
Sunday, December 14, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ: ମହାକାଶରୁ କିପରି ସମୁଦ୍ରରେ ଲ୍ୟାଣ୍ଡ କଲେ ସୁନୀତା

ସମାଜ ଡିଜିଟାଲ ଡେସ୍କ: ମହାକାଶରେ ୯ ମାସ ରହିବା ପରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର। ସେମାନଙ୍କ ସହିତ ଅନ୍ୟ ଦୁଇ ମହାକାଶଚାରୀ ନିକ୍ ହେଗ ଏବଂ ଆଲେକଜାଣ୍ଡର ଗର୍ବୁନୋଭ ମଧ୍ୟ ପୃଥିବୀକୁ ଫେରିଛନ୍ତି। ସ୍ପେଶଏକ୍ସ ଡ୍ରାଗନ ୯ ମହାକାଶଯାନ ଜରିଆ​ରେ ସେମାନେ ଫେରିଛନ୍ତି। ତେବେ ମହାକାଶରୁ ଯାତ୍ରା ଆରମ୍ଭ କରି ସମୁଦ୍ରରେ ଲ୍ୟାଣ୍ଡ କରିବା ପର୍ଯ୍ୟନ୍ତ ଦୃଶ୍ୟକୁ ନାସା ପକ୍ଷରୁ ଲାଇଭ ପ୍ରସାରଣ କରାଯାଇଥିଲା। ସେଥିରୁ କିଛି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଯେଉଁଥିରୁ ଦେଖିବାକୁ ମିଳୁଛି ଯେ, ସୁନୀତାଙ୍କ ସମେତ ୪ ମହାକାଶଚାରୀ ସ୍ପେଶଏକ୍ସ ଡ୍ରାଗନ ଯାନରେ ମହାକାଶରୁ ପୃଥିବୀ ପୃଷ୍ଠକୁ ଯାତ୍ରା କରିଛନ୍ତି। ଯାନଟି ଶେଷ ମୁହୂର୍ତ୍ତରେ ପାରାଚୁଟ୍‌ ସହାୟତାରେ ସମୁଦ୍ରରେ ଓହ୍ଲାଇବା ପରେ ସେଥିରୁ ମହାକାଶଚାରୀମାନଙ୍କୁ ଉଦ୍ଧାର କରାଯାଇଛି।

- Advertisement -

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories