www.samajalive.in
Sunday, December 14, 2025
26.1 C
Bhubaneswar

ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ: ବୁଧବାର ରାଶିଫଳ

ମେଷ: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତି ଦୃଢ଼ତର ହେବ। ଜିତେନ୍ଦ୍ରୀୟ ହେବେ। ପ୍ରଥିତ ପ୍ରଭାବସମ୍ପନ୍ନ ହେବେ।
ବୃଷ: ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ୍‌ ଓ ଅତି ସୁଖୀ ହେବେ। ସହିଷ୍ଣୁ ଓ ହୃଷ୍ଟଚିତ୍ତ ହେବେ। ଧାର୍ମିକ ହେବେ।
ମିଥୁନ: ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

କର୍କଟ: ଅଯଥା ବିତର୍କରେ ଅଂଶ ଗ୍ରହଣ ନ କରି ନିରବ ଦର୍ଶକ ସାଜି ପାରନ୍ତି। ବନ୍ଧୁଙ୍କ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବାର କଳା ଆପଣଙ୍କଠାରେ ଅଛି। ଖର୍ଚ୍ଚାନ୍ତ ହେବେ।
ସିଂହ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ନିର୍ଭରଯୋଗ୍ୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭପ୍ରଦ ହେବ। ବିବାଦୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିବେ।

- Advertisement -

କନ୍ୟା: ଆପଣଙ୍କଠାରେ ନିହିତ ଜ୍ଞାନାଲୋକରେ ଆପଣ ସମଗ୍ର ପରିବାର, ପଡ଼ୋଶୀ, ଆତ୍ମୀୟସ୍ବଜନଙ୍କୁ ଆକର୍ଷିତ କରିପାରନ୍ତି। ଦୁଃଖୀ, ରଙ୍କୀ ଓ ସାଧୁସନ୍ନ୍ୟାସୀଙ୍କ ଉପରେ ଦରଦ ଭାବ ରହିବ। ଗରିବଙ୍କୁ ଦାନ କରିବେ।
ତୁଳା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କଲେ ବି ତା’ର ବିକେନ୍ଦ୍ରୀକରଣ କରି ସହକର୍ମୀମାନଙ୍କର ସମ୍ମାନନୀୟ ହେବେ। ବିବାଦରେ ବିଜୟୀ ହେବେ। ସୁସ୍ଥ ରହିବେ।
ବିଛା: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିବେ। ଅସଜଡ଼ା କାର୍ଯ୍ୟ ସଜାଡ଼ିବାକୁ ପଡ଼ିବ। ଅପରାହ୍ଣ ୨ ଘଣ୍ଟା ୨୪ ମିନିଟ୍‌ ପରେ ବିରୋଧୀ ଶରଣାଗତ ହେବେ। ଧର୍ମ କାର୍ଯ୍ୟ ସମ୍ପାଦନ କରିବେ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣା ଘଟିବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ରୁଚିକର ଭୋଜନ ତୃପ୍ତିଦାୟକ ହେବ।
ମକର: ଜ୍ଞାତି, କୁଟୁମ୍ବ, ସହୋଦର ଓ ବନ୍ଧୁଙ୍କ ସହାୟତାରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଦିନଟି ବ୍ୟସ୍ତଭରା ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ କରିପାରିବେ।

କୁମ୍ଭ:  ତର୍କ ସଭାରେ ଉପସ୍ଥାପନା ପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ ଆଧ୍ୟାତ୍ମ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ଗତାନୁଗତିକ ଭାବେ ଧନାଗମ ହୋଇପାରେ। ସପତ୍ନୀକ ଧର୍ମୀୟ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହେ​ବ।
ମୀନ: ପରିଶ୍ରମ ଅଧିକ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। ଯାନବାହନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପର ମୁହୂର୍ତ୍ତରେ ଅବସ୍ଥା​‌ରେ ସୁଧାର ଆସିବ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories